ପ୍ରଶ୍ନକଲା ବିଜେଡି: ଏମାନେ କ’ଣ ଓଡ଼ିଆ ଅସ୍ମିତାର ପ୍ରତୀକ – Kalinga News

[ad_1]
ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଆଜି ବ୍ରହ୍ମପୁରରେ ବିଜେଡିକୁ ଟାର୍ଗେଟ୍ କଲା ପରେ ତାହାର ଜବାବ ରଖିଛି ବିଜେଡି। ଦଳର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର କହିଛନ୍ତି, ବିଜେପି ସଭାପତି ଶ୍ରୀ ନଡ୍ଡା ଓ ପ୍ରଦୀପ ପାଣିଗ୍ରାହୀ ଆଜି ଗୋଟିଏ ମଞ୍ଚରେ ବସିଥିବା ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି। ଚାକିରି ଦେବା ନାଁରେ ଅର୍ଥ ଲୁଟି ଲୋକଙ୍କ ଠକିଥିବାରୁ ଶ୍ରୀ ପାଣିଗ୍ରାହୀଙ୍କ ନାମରେ ଚାର୍ଜସିଟ୍ କରାଯାଇଛି। ସେ କିଛି ମାସ ଜେଲ୍ରେ ରହିଥିଲେ। କୋର୍ଟ ତାଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରଣ କରିଛନ୍ତି। ମୁଁ ବିଜେପିରେ ୨୩ ବର୍ଷ ଥିଲି। ମୁଁ ବିଜେପିରେ ଯୋଗ ଦେବାର କାରଣ ଥିଲା ଏହି ଦଳ ଏକ ଭିନ୍ନ ଦଳ। ପ୍ରଦୀପ ପାଣିଗ୍ରାହୀଙ୍କ ଏପରି ଅପରାଧମୂଳକ କାର୍ଯ୍ୟ ବିରୋଧରେ ଆମେ ସମସ୍ତେ ମିଶି ଆନ୍ଦୋଳନ କରିଥିଲୁ। ମୁଁ ୨୩ ବର୍ଷ ଧରି ଦଳ ପାଇଁ ମୋର ରକ୍ତ ଓ ଶ୍ରମ ଦେଇଥିଲି। କିନ୍ତୁ ମୁଁ ଏବେ ଆଚମ୍ବିତ ଯେ ଏହି ଦଳ ଖୋଲା ହୃଦୟରେ ପ୍ରଦୀପ ପାଣିଗ୍ରାହୀଙ୍କ ପରି ଅପରାଧୀଙ୍କୁ କୋଳେଇ ନେଇଛି। ଏହା ବିଜେପି ନେତା ଓ କର୍ମୀମାନଙ୍କୁ ମଧ୍ୟ ଆଘାତ ଦେଇଛି। ଏବେ କେମିତି ଜଣେ କହିପାରିବ ଯେ ବିଜେପି ଏକ ଭିନ୍ନ ଦଳ ବୋଲି। ଯଦି ଓଡ଼ିଆ ଅସ୍ମିତା କଥା କୁହାଯିବ, ତେବେ ବିଜେପିରେ ଥିବା ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପରି ଅପରାଧୀଙ୍କୁ ଓଡ଼ିଆ ଅସ୍ମିତାର ପ୍ରତୀକ ବୋଲି ଧରାଯିବ କି? ସେମାନେ ବିଜେପିର ଓଡ଼ିଆ ଅସ୍ମିତାର ପୋଷ୍ଟର ବୟ କି? ବ୍ରହ୍ମପୁର ଓ ଓଡ଼ିଶାର ଲୋକମାନେ ହସୁଛନ୍ତି। ଓଡ଼ିଶା ବିଜେପିର ନେତା ଓ କର୍ମୀମାନେ ଏହା ଦ୍ବାରା ଆଶ୍ଚର୍ଯ୍ୟ ହେଉଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।
[ad_2]