ରାଜନୀତି

‘୫୪୩ ଲୋକସଭା ଆସନରେ ମୋଦୀ ହିଁ ବାସ୍ତବ ପ୍ରାର୍ଥୀ’ – Kalinga News

[ad_1]

ବେଙ୍ଗାଲୁରୁ: ଦେଶର ସମସ୍ତ ୫୪୩ ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ମୋଦୀ ହିଁ ବାସ୍ତବ ପ୍ରାର୍ଥୀ ବୋଲି ଆଜି ଏକ ଗଣମାଧ୍ୟମ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ‌ବେଙ୍ଗାଲୁରୁ (ଦକ୍ଷିଣ) ଆସନର ଲୋକସଭା ପ୍ରାର୍ଥୀ ତଥା ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ତେଜସ୍ବୀ ସୂର୍ଯ୍ୟ କହିଛନ୍ତି। ଟାଇମ୍‌ସ ଅଫ୍‌ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ ତେଜସ୍ବୀ କହିଛନ୍ତି ଯେ ‘ଅବ୍‌ କି ବାର୍‌ ୪୦୦ ପାର୍‌’ ସ୍ଲୋଗାନ୍‌ କେବଳ ଏକ ଆବେଗ ନୁହେଁ,ଏକ ସୁଚିନ୍ତିତ ଯୋଜନା। ୨୦୨୪ ନିର୍ବାଚନରେ ଏନ୍‌ଡିଏ ୪ଶହ ଆସନ ଦଖଲ କରିପାରିବ କି ପ୍ରଶ୍ନରେ ସେ କହିଛନ୍ତି କୌଣସି ସମସ୍ୟା ସମାଧାନ କରିବାରେ ମୋଦୀ ସିଦ୍ଧହସ୍ତ। ତାଙ୍କର ଏହି ଦକ୍ଷତା କେବଳ କାଗଜକଲମରେ ସୀମିତ ନୁହେଁ। ଏହାର ସମାଧାନରେ ତାଙ୍କର ଦୃଢ଼ ସଂକଳ୍ପ ରହିଛି ବୋଲି ତେଜସ୍ବୀ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button