ରାଜନୀତି

ଉତ୍ତରପ୍ରଦେଶର ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଏସପି – Kalinga News

[ad_1]

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସପି) ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆମେଥି, ସନ୍ତ କବୀର ନଗର ଏବଂ ଆଜମଗଡ଼ ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସନ୍ତ କବୀର ନଗରରୁ ସୟଦ ଦାନିଶ, ଆମେଥିରୁ ରବି ପ୍ରକାଶ ମୌର୍ଯ୍ୟ ଏବଂ ଆଜମଗଡ଼ରୁ ସବିହା ଅନସାରୀ ବିଏସପି ପ୍ରାର୍ଥୀ ହେବେ।

ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ବିଏସପି ସୁପ୍ରିମୋ ମାୟାବତୀ ଏକାଧିକ ରାଲି କରୁଛନ୍ତି। ମାୟାବତୀ ଦଳୀୟ ପ୍ରାର୍ଥୀ ଦେବବ୍ରତ କୁମାର ତ୍ୟାଗୀଙ୍କ ସମର୍ଥନରେ ମିରଟରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ କେନ୍ଦ୍ରରେ ତାଙ୍କ ଦଳ କ୍ଷମତାକୁ ଆସିଲେ ପଶ୍ଚିମ ଉତ୍ତରପ୍ରଦେଶକୁ ଏକ ଅଲଗା ରାଜ୍ୟ ରେ ପରିଣତ କରାଯିବ।

ଲୋହିଆ ନଗର ଅଞ୍ଚଳର ଅଲିପୁର ମଇଦାନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ମାୟାବତୀ ସମାଜବାଦୀ ପାର୍ଟି ଉପରେ ମଧ୍ୟ ବଡ଼ ଆକ୍ରମଣ କରିଛନ୍ତି। ମାୟାବତୀ ଅଭିଯୋଗ କରିଛନ୍ତି ଯେ ଅନୁସୂଚିତ ଜାତି (ଏସ୍ ସି) ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ସଂରକ୍ଷଣର ସୁବିଧା ମିଳୁ ବୋଲି ସପା ଚାହୁଁନାହିଁ। ମାୟାବତୀ କହିଛନ୍ତି ଯେ ସରକାରୀ ଚାକିରିରେ ଦଳିତ ଓ ଆଦିବାସୀଙ୍କୁ ଦିଆଯାଇଥିବା ସଂରକ୍ଷଣ ବର୍ଷ ବର୍ଷ ଧରି ପୂରଣ ହୋଇନାହିଁ। ସେ ବିଜେପି ଓ କଂଗ୍ରେସକୁ ମଧ୍ୟ ସେ ସମାଲୋଚନା କରିଥିଲେ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button