ରାଜନୀତି

୨୫ ବର୍ଷ ପରେ ଓଡ଼ିଶାକୁ ମିଳିଲା ଉପ-ମୁଖ୍ୟମନ୍ତ୍ରୀ – Kalinga News

[ad_1]

ଭୁବନେଶ୍ବର: ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ମୋହନ ମାଝୀଙ୍କ ନାମ ବିଜେପି ଘୋଷଣା କରିଛି । ଏହା ସହିତ ରାଜ୍ୟରେ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା ହୋଇଛି। ଫଳରେ ୨୫ ବର୍ଷ ପରେ ଓଡିଶା ପୁଣି ଉପ-ମୁଖ୍ୟମନ୍ତ୍ରୀ ପାଇଛି। ଉପ-ମୁଖ୍ୟମନ୍ତ୍ରୀ ଭାବରେ ପ୍ରଭାତୀ ପରିଡା ଓ କେଭି ସିଂଦେଓଙ୍କ ନାମ ଘୋଷଣା କରାଯାଇଛି।

ଓଡିଶାରେ ଶେଷଥର ପାଇଁ ୧୯୯୯ ମସିହାରେ ବସନ୍ତ ବିଶ୍ୱାଳ ଉପ-ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ଓଡିଶାର ଶେଷ ଉପ-ମୁଖ୍ୟମନ୍ତ୍ରୀ ଥିଲେ ।

ଓଡିଶା ଇତିହାସରେ ୩ ଉପ-ମୁଖ୍ୟମନ୍ତ୍ରୀ ରହିଛନ୍ତି। ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ନୀଳମଣୀ ରାଉତରାୟ ଉପ-ମୁଖ୍ୟମନ୍ତ୍ରୀ ରହିଥିଲେ। ସେହିପରି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରଙ୍କ ସମୟରେ ହେମାନନ୍ଦ ବିଶ୍ୱାଳ ଓ ବସନ୍ତ ବିଶ୍ୱାଳ ଉପ-ମୁଖ୍ୟମନ୍ତ୍ରୀ ରହିଥିଲେ । ତେବେ ୨୫ ବର୍ଷ ପରେ ଏବେ ପୁଣି ଓଡ଼ିଶାକୁ ଉପ-ମୁଖ୍ୟମନ୍ତ୍ରୀ ମିଳିଛନ୍ତି। ଏବେ ପ୍ରଭାତୀ ପରିଡା ଓ କେଭି ସିଂ ଦେଓଙ୍କୁ ବିଜେପି ପକ୍ଷରୁ ଓଡିଶାର ଉପ-ମୁଖ୍ୟମନ୍ତ୍ରୀ କରାଯାଇଛି ।

କେଭି ସିଂଦେଓ ଓଡିଶା ବିଜେପିର ଜଣେ ବରିଷ୍ଠ ନେତା । ସେ ପାଟଣାଗଡ ନିର୍ବାଚନ ମଣ୍ଡଳୀରୁ ଚଳିତ ୨୦୨୪ ନିର୍ବାଚନକୁ ମିଶାଇ ୬ଥର ନିର୍ବାଚିତ ହୋଇଛନ୍ତି। ହେଲେ ୨୦୧୯ରେ ସେ ବିଜେଡିର ସରୋଜ ମେହେରଙ୍କଠାରୁ ପରାଜିତ ହୋଇଥିଲେ । ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ରେ ସେ ପାଟଣାଗଡ ଆସନରୁ ନିର୍ବାଚିତ ହୋଇଥିଲେ। ଏବେ ୨୦୨୪ରେ ସେ ନିର୍ବାଚିତ ହୋଇଛନ୍ତି । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସରକାର ଥିବା ବେଳେ କେଭି ସିଂ ଦେଓ କ୍ୟାବିନେଟ ମନ୍ତ୍ରୀ ରହିଥିଲେ ।

ସେହିପରି ପ୍ରଭାତୀ ପରିଡା ୨୦୦୯ ମସିହାରୁ ରାଜନୀତିରେ ପାଦ ଦେଇଥିଲେ । ସେ ନିମାପଡା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ପରାଜିତ ହୋଇଥିଲେ । ଏହା ପରେ ୨୦୧୪ରେ ବିଜେପି ଟିକେଟ ପାଇ ନିର୍ବାଚନ ଲଢିଥିଲେ ଓ ପରାଜିତ ହୋଇଥିଲେ । ୨୦୧୯ରେ ମଧ୍ୟ ସେ ପରାଜିତ ହୋଇଥିଲେ । ଏତେ ଥର ନିର୍ବାଚନ ହାରିବା ପରେ ମଧ୍ୟ ସେ ଦଳର ସକ୍ରିୟ ସଦସ୍ୟ ଭାବେ କାମ କରି ଆସୁଥିଲେ । ୨୦୨୪ରେ ଦଳ ତାଙ୍କ ଉପରେ ଭରସା କରି ଟିକେଟ ଦେଇଥିଲା। ସେ ବିଜୟୀ ହୋଇଥିଲେ । ପ୍ରଥମ ଥର ବିଧାୟକ ହେବା ସହିତ ସେ ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button