ଅଡ଼ୁଆରେ ଅଭିଜିତ: ମମତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ଇସି ନୋଟିସ – Kalinga News

[ad_1]
‘ଆପଣଙ୍କର ମୂଲ୍ୟ କେତେ, ୧୦ ଲକ୍ଷ ଟଙ୍କା?’
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମନା ବାନାର୍ଜୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିବା ମାମଲାରେ ନିର୍ବାଚନ କମିସନ୍ (ଇସି) ଆଜି ବିଜେପି ଲୋକସଭା ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଗତ ମେ’ ୧୫ ତାରିଖରେ ହଳଦିଆରେ କରିଥିବା ଏକ ନିର୍ବାଚନ ସଭାରେ ଗଙ୍ଗୋପାଧ୍ୟାୟ ମମତାଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ। ତେଣୁ ଏହି ମାମଲାରେ ଟିଏମ୍ସିର ଅଭିଯୋଗ ଆଧାରରେ ନିର୍ବାଚନ କମିସନ୍ ଗଙ୍ଗୋପାଧ୍ୟାୟଙ୍କୁ ନୋଟିସ କରିଛନ୍ତି। ଇସି ଏହାର ନୋଟିସରେ ଗଙ୍ଗୋପାଧ୍ୟାୟଙ୍କ ଟିପ୍ପଣୀକୁ ଅନୁଚିତ ଏବଂ ଅସମ୍ମାନଜନକ କହିଛନ୍ତି। ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା କମିସନ୍ କହିଛନ୍ତି। ମେ’ ୨୦ ସୁଦ୍ଧା କମିସନ ଏହି ମାମଲାରେ ଗଙ୍ଗୋପାଧ୍ୟାୟଙ୍କଠାରୁ ଜବାବ ମାଗିଛନ୍ତି। ଉଲ୍ଳେଖଯୋଗ୍ୟ, ବିଜେପି ଗଙ୍ଗୋପାଧ୍ୟାୟଙ୍କୁ ତମଲୁକ ଆସନରେ ପ୍ରାର୍ଥୀ କରିଛି। ମେ’ ୨୫ରେ ଏହି ଆସନରେ ଭୋଟ୍ ଗ୍ରହଣ ହେବ।

Sambad is now on WhatsApp
Join and get latest news updates delivered to you via WhatsApp
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସର୍ବସାଧାରଣରେ ତାଙ୍କର ‘ମୂଲ୍ୟ’ କ’ଣ ଏବଂ ସେ ‘ଆଦୌ ଜଣେ ମହିଳା ନୁହନ୍ତି କି’ ବୋଲି ପଚାରି ବିଜେପିର ତାମଲୁକ ପ୍ରାର୍ଥୀ ତଥା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ୍ ଗଙ୍ଗୋପାଧ୍ୟାୟ ଝଡ଼ ସୃଷ୍ଟି କରିଛନ୍ତି। ଏଭଳି ଅପମାନଜନକ ଓ ମହିଳାବିରୋଧୀ ମନ୍ତବ୍ୟର ଜୋରଦାର ବିରୋଧ କରାଯିବ ବୋଲି ତୃଣମୂଳ କଂଗ୍ରେସ କହିଛି।
‘ତୃଣମୂଳ କହୁଛି (ବିଜେପିର ସନ୍ଦେଶଖାଲି ପ୍ରାର୍ଥୀ) ରେଖା ପାତ୍ରଙ୍କୁ ୨ ହଜାର ଟଙ୍କାରେ କିଣାଯାଇଥିଲା। ତେବେ ମମତା ବାନାର୍ଜୀ, ଆପଣଙ୍କ ମୂଲ୍ୟ କ’ଣ, ୧୦ ଲକ୍ଷ ଟଙ୍କା?’ ପୂର୍ବ ମେଦିନୀପୁରର ଚୈତନ୍ୟପୁରରେ ଏକ ପ୍ରଚାର ରାଲିରେ ଗଙ୍ଗୋପାଧ୍ୟାୟ ଏହା ପଚାରିଛନ୍ତି। ରେଖା ପାତ୍ର ଲୋକଙ୍କ ଘରେ କାମ କରୁଥିବାରୁ ତାଙ୍କୁ ୨୦୦୦ ଟଙ୍କାରେ କିଣାଯାଇପାରିବ? ଜଣେ ମହିଳା କିପରି ଜଣେ ମହିଳାଙ୍କୁ ଏତେ ଅପମାନିତ କରିପାରିବେ ବୋଲି ପୂର୍ବତନ ବିଚାରପତି ପ୍ରଶ୍ନ କରିଛନ୍ତି। ଭାରତର ଅନ୍ୟତମ ଲୋକପ୍ରିୟ ମହିଳା ରାଜନେତାଙ୍କ ବିରୋଧରେ ଗଙ୍ଗୋପାଧ୍ୟାୟଙ୍କ ମନ୍ତବ୍ୟକୁ ତୃଣମୂଳ ବିରୋଧ କରିଛି। ସେ ଏଭଳି ଅପମାନଜନକ ଶବ୍ଦ ଚୟନ କରି ଶାଳୀନତାର ସବୁ ସୀମା ଅତିକ୍ରମ କରିଛନ୍ତି। ଲୋକମାନେ ଆପଣଙ୍କୁ (ଗଙ୍ଗୋପାଧ୍ୟାୟ) ଜଣେ ମଣିଷ ଭାବରେ ଗ୍ରହଣ କରିବା ବନ୍ଦ କରିଦେଇଛନ୍ତି। ଏଭଳି ଶବ୍ଦକୁ ଜଣେ ସଭ୍ୟ ବ୍ୟକ୍ତି ବ୍ୟବହାର କରିପାରିବେ ବୋଲି ଆମେ ବିଶ୍ୱାସ କରୁନାହୁଁ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କହିଛନ୍ତି।
ଚନ୍ଦ୍ରିମା କହିଛନ୍ତି, ତାମଲୁକ ନିର୍ବାଚନ ମଣ୍ଡଳୀର ଏକ ଅଂଶ ହଳଦିଆରେ ପ୍ରଚାର କରୁଥିବା ବେଳେ ମମତା ତାଙ୍କ ୩୬ ମିନିଟର ଭାଷଣରେ ଥରେ ମଧ୍ୟ ଗଙ୍ଗୋପାଧ୍ୟାୟଙ୍କ ବିଷୟରେ ଉଲ୍ଲେଖ କରି ନ ଥିଲେ। ଏପରିକି ପୂର୍ବତନ ବିଚାରପତି ମମତାଙ୍କ ବିରୋଧରେ ଯେଉଁ ପରିପ୍ରେକ୍ଷୀରେ ଶସ୍ତା ମନ୍ତବ୍ୟ ଦେଇଛନ୍ତି ତାହା ମଧ୍ୟ ଭୁଲ୍ ବୋଲି ତୃଣମୂଳ ଯୁକ୍ତି ବାଢ଼ିଛି। ରେଖାଙ୍କୁ ମାତ୍ର ୨୦୦୦ ଟଙ୍କା ଦେଇ ରାଜନୈତିକ ଷଡ଼ଯନ୍ତ୍ରରେ ସାମିଲ କରାଯାଇଥିଲା ବୋଲି ଟିଏମ୍ସି କହିଥିଲା, କିନ୍ତୁ ଏହାକୁ ଗଙ୍ଗୋପାଧ୍ୟାୟ ବିକୃତ କରିଛନ୍ତି ବୋଲି ଚନ୍ଦ୍ରିମା କହିଛନ୍ତି।
[ad_2]