ରାଜନୀତି

ନୂଆ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ କମିସନ – Kalinga News

[ad_1]

ନୂଆଦିଲ୍ଲୀ: ନିର୍ବାଚନ କମିସନ ରବିବାର ଇଲେକ୍ଟୋରାଲ ବଣ୍ଡର ନୂଆ ତଥ୍ୟ ସାର୍ବଜନୀନ କରିଛନ୍ତି, ଯାହାକୁ ସିଲ୍‌ କଭରରେ ପ୍ରଥମେ ସୁପ୍ରିମକୋର୍ଟରେ ଦାଖଲ କରା ଯାଇଥିଲା ଏବଂ ପରେ ଏହାକୁ ସାର୍ବଜନୀନ କରିବାକୁ କୁହା ଯାଇଥିଲା।

ଏହି ବିବରଣୀ ୨୦୧୯ ଏପ୍ରିଲ ୧୨ ପୂର୍ବରୁ ହୋଇଥିବା ସମୟ ସହିତ ଜଡ଼ିତ ବୋଲି ଅନୁମାନ କରାଯାଉଛି। ଏହି ତାରିଖ ପରେ ଗତ ସପ୍ତାହରେ ନିର୍ବାଚନ କମିସନଙ୍କ ଦ୍ୱାରା ଇଲେକ୍ଟୋରାଲ ବଣ୍ଡ ବିବରଣୀ ସାର୍ବଜନୀନ କରା ଯାଇଥିଲା।

ଏପ୍ରିଲ ୧୨, ୨୦୧୯ରେ ସୁପ୍ରିମ୍‌ କୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ଅନୁଯାୟୀ ରାଜନୈତିକ ଦଳଗୁଡ଼ିକ ସିଲ୍‌ କଭରରେ ଇଲେକ୍ଟୋରାଲ ବଣ୍ଡ୍‌ର ତଥ୍ୟ ଦାଖଲ କରିଥିଲେ।

ସିଲ୍‌ କଭର ନ ଖୋଲି ରାଜନୈତିକ ଦଳମାନଙ୍କ ଠାରୁ ମିଳିଥିବା ତଥ୍ୟ ସୁପ୍ରିମ୍‌ କୋର୍ଟରେ ଜମା କରାଯାଇଛି। ୨୦୨୪ ମାର୍ଚ୍ଚ ୧୫ ତାରିଖରେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁପ୍ରିମ୍‌ କୋର୍ଟର ରେଜିଷ୍ଟ୍ରି ସିଲ୍‌ କଭରରେ ପେନ୍‌ ଡ୍ରାଇଭ୍‌ରେ ଏହାର ଡିଜିଟାଲ୍‌ ରେକର୍ଡ ସହ ଫିଜିକାଲ କପି ଫେରାଇ ଦେଇଛନ୍ତି। ସୁପ୍ରିମ୍‌ କୋର୍ଟର ରେଜିଷ୍ଟ୍ରିରୁ ମିଳିଥିବା ଡିଜିଟାଇଜ୍‌ ଫର୍ମରେ ମିଳିଥିବା ତଥ୍ୟକୁ ଆଜି ନିର୍ବାଚନ କମିସନ ଆଜି ନିଜ ୱେବସାଇଟ୍‌ରେ ଅପଲୋଡ୍‌ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button