ରାଜନୀତି

ଅନନ୍ତ, ଜିତୁଙ୍କ ଟିକେଟ କଟିଲା: ଆଉ ୩ ପ୍ରାର୍ଥୀ ଘୋଷଣା କଲା ବିଜେଡି – Kalinga News

[ad_1]

ଭୁବନେଶ୍ବର: ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ଅଷ୍ଟମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥର ତିନି ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିସହିତ ବିଜେଡି ମୋଟ୍ ୧୪୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ହେଲେ ଏବେ ସୁଦ୍ଧା ଖଣ୍ଡପଡ଼ା, କୋରେଇ ଓ ନୀଳଗିରି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ବିଜେଡି ଆଜି ଘୋଷଣା କରିଥିବା ତିନିଟି ଆସନରେ ପ୍ରାର୍ଥୀ ବଦଳାଇଛି। ଏମଧ୍ୟରୁ ଦୁଇ ଜଣ ବିଧାୟକଙ୍କୁ ଟିକେଟ ମିଳିନି। ଭୋଗରାଇରେ ଅନନ୍ତ ଦାସଙ୍କର ଟିକେଟ କଟିଥିବା ବେଳେ ଏଠାରେ ଗୌତମବୁଦ୍ଧ ଦାସଙ୍କୁ ଦଳ ଭରସା କରିଛି। ଅନନ୍ତ ଦାସ ତାଙ୍କ ପୁଅ ପାଇଁ ଟିକେଟ ଲବି କରୁଥିଲେ।

ସେହିପରି ବେଗୁନିଆ ବିଧାୟକ ଥିବା ରାଜେନ୍ଦ୍ର ସାହୁଙ୍କୁ ବିଜେଡି ପୁଣି ଖୋର୍ଦ୍ଧା ଫେରାଇ ଆଣିଛି। ଏଠାରେ ବିଧାୟକ ଥିବା ଜ୍ୟୋତିନ୍ଦ୍ରନାଥ ମିତ୍ରଙ୍କୁ ଦଳ ଏଥର ଟିକେଟ ଦେଇନି। ରାଜେନ୍ଦ୍ର ସାହୁ ୨୦୦୯ରେ ସ୍ବାଧୀନ ଓ ୨୦୧୪ରେ ବିଜେଡି ଟିକେଟରେ ଖୋର୍ଦ୍ଧାରୁ ବିଜୟୀ ହୋଇଥିଲେ। ୨୦୧୯ରେ ଦଳ ତାଙ୍କୁ ‌େବଗୁନିଆରେ ପ୍ରାର୍ଥୀ କରିଥିଲା। ଅପରପକ୍ଷେ ବେଗୁନିଆରେ ଦଳ ପ୍ରଦୀପ କୁମାର ସାହୁଙ୍କୁ ପ୍ରାର୍ଥୀ କରିଛି। ସେ ୨୦୧୯ରେ ଏଠାରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଦ୍ବିତୀୟ ସ୍ଥାନରେ ଥିଲେ। ଏହାପରେ ସେ ବିଜେଡିରେ ଯୋଗଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button