ଖେଳ ଖବର

ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ – Kalinga News

[ad_1]

ନୂଆଦିଲ୍ଲୀ: ଆଇପିଏଲ୍‌ର ୪୩ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)କୁ ପରାଜିତ କରିଛି। ୨୫୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୨୪୭ ରନ୍ କରିଥିଲା।

ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କ ନେତୃତ୍ବରେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୪ ୱିକେଟ ୨୫୭ ହରାଇ ରନ୍ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟ ଲକ୍ଷ୍ୟ ୨୫୮ ରନ୍ ରହିଥିଲା।

ଦିଲ୍ଲୀ କ୍ୟାପିଟାଲ୍ସର ଦମ୍‌ଦାର୍ ବ୍ୟାଟିଂ କରିଥିବାବେଳେ ଜେକେ ଫ୍ରେଜର ମ୍ୟାକ୍‌ଗର୍କ ଧୂଆଁଧାର ବ୍ୟାଟିଂ କରିଛନ୍ତି। ସେ ୧୫ ବଲ୍‌ରେ ୫୦ ରନ୍ ସଂଗ୍ରହ କରିଥିଲେ।
ସେ ୨୭ ବଲ୍‌ରେ ୮୪ ରନ୍ ସଂଗ୍ରହ କରିଥିଲେ।
ସେହିପରି ଅଭିଷେକ ପୋରେଲ ୩୬ ରନ୍, ଶାଇ ହୋପ୍ ୪୧ ରନ୍, ରିଷଭ ପନ୍ତ ୨୯ ରନ୍, ଟ୍ରିଷ୍ଟନ ଷ୍ଟ୍ରବ୍ ୪୮ ରନ୍ ଏବଂ ଅକ୍ଷର ପଟେଲ ୧୧ ରନ୍ କରିଥିଲେ।

ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଇଶାନ କିଶନ ୨୦ ରନ୍ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୨୬ ରନ୍, ତିଲକ ବର୍ମା ୬୩ ରନ୍ , ହାର୍ଦ୍ଦିକ ପାଣ୍ଡ୍ୟା ୪୬ ରନ୍, ଟିମ୍ ଡେଭିଡ୍ ୩୭ ରନ୍ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button