ପ୍ରଚାର ସମାବେଶରେ ଗର୍ଜିଲେ ସୁଦାମ: ‘ମୁଁ ବାଘ, ମୋ ସ୍ତ୍ରୀ ବାଘୁଣୀ’ – Kalinga News
[ad_1]
କଳାବାଡ଼ିଆ: ‘ ଜନତାଙ୍କ ସେବା ପାଇଁ ଏକ ମାମଲାରେ ମୁଁ ଜେଲ୍ ଯାଇଥିବା ବେଳେ ଗର୍ଭବତୀ ଥିବା ସ୍ତ୍ରୀ ସେହି ସମୟରେ ସନ୍ତାନ ପ୍ରସବ କରିଥିଲେ। ହେଲେ ସେହି କଠୋର ସମୟରେ ପତ୍ନୀ ବିଚଳିତ ହେବା ପରିବର୍ତ୍ତେ, ମୁଁ ଠିକ୍ ଅଛି, ତୁମେ ଲୋକଙ୍କ ପାଇଁ ଲଢ଼େଇ ଜାରି ରଖ ବୋଲି କହି ମତେ ସାହସ ଦେଇଥିଲେ। ମୁଁ ବାଘ ହେଲେ ମୋ ସ୍ତ୍ରୀ ବାଘୁଣୀ।’ ଆଜି ବାଙ୍ଗିରିପୋଷି ବ୍ଲକ୍ ଷ୍ଟେସନ୍ ପଡ଼ିଆ ନିକଟସ୍ଥ ଶାଳ ଜଙ୍ଗଲରେ ବିଜେଡିର ଏକ ବିଶାଳ ପ୍ରଚାର ସମାବେଶ ଉଦ୍ବୋଧନ ଦେଇ ଏହା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି। ମୟୂରଭଞ୍ଜ ମାଟିର ସେବା କରିବାକୁ ଆମ ଦୁଇଜଣଙ୍କୁ ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି। ପରେ ପତ୍ନୀ ରଞ୍ଜିତା ମଧ୍ୟ ଜନତାଙ୍କ ସେବା କରିବା ପାଇଁ ତାଙ୍କୁ ସୁଯୋଗ ଦେବାକୁ ନିବେଦନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତ ନିର୍ବାଚନରେ ସବୁଠୁ ଭାଗ୍ୟବାନ ହେଉଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି। ବିଜେଡି ରାଜ୍ୟ ସଭାପତିଙ୍କ ଆଶୀର୍ବାଦରୁ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦୁଇଟି ଟିକେଟ ମିଳିଛି। ସୁଦାମଙ୍କ ନିୟମିତ ଆସନ ବାଙ୍ଗିରିପୋଷି ପରିବର୍ତ୍ତେ ତାଙ୍କୁ ମୟୂରଭଞ୍ଜ ଲୋକସଭା ଟିକେଟ୍ ମିଳିଥିବା ବେଳେ ଶିକ୍ଷୟିତ୍ରୀ ପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ବାଙ୍ଗିରିପୋଷିରୁ ଲଢ଼ିବାକୁ ସୁଯୋଗ ମିଳିଛି। ଟିକେଟ ପାଇବା ପରେ ମାରାଣ୍ଡି ଦମ୍ପତି ମିଳିତ ଭାବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବ୍ଲକ୍ ବିଜେଡି ସଭାପତି ବୀରକିଶୋର ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାବେଶରେ ମୟୂରଭଞ୍ଜ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ହେମ୍ବ୍ରମ୍, ଉପାଧ୍ୟକ୍ଷ ରତିକାନ୍ତ ସିଂ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରିୟ ମାରାଣ୍ଡି, ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ମୁର୍ମୁ, ସୁବୋଧ ମାରାଣ୍ଡି, ସୁନିଲ କୁମାର ଦାସ, ସୁଦାମ ମାରାଣ୍ଡିଙ୍କ ପୁଅ ନେଲସନ୍ ଆବ୍ରାହମ୍ ମାରାଣ୍ଡି, ଶାନ୍ତନୁ ଦାଶ, ସୁବୋଧ ମାରାଣ୍ଡି, ବିଜେଡି ମିଡିଆ ସେଲ୍ ଅଧ୍ୟକ୍ଷ ବିଶ୍ୱଜିତ ଶର୍ମା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମାସକାଲ ସିଂ ପୂର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଜେଡିରେ ସାମିଲ ହୋଇଥିବା ଅନ୍ୟ ଦଳର ଶତାଧିକ କର୍ମୀଙ୍କୁ ସ୍ବାଗତ କରାଯାଇଥିଲା।
[ad_2]