ମନୋରଞ୍ଜନ

ପ୍ରେମିକାକୁ ଛାଡ଼ ନହେଲେ ଫିଲ୍ମ ଛାଡ଼ – Kalinga News

[ad_1]

ଜୀବନର ମାନେ ହିଁ ସଂଘର୍ଷ। ସାଧାରଣ ଲୋକଙ୍କଠାରୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ କେହି ଏହାକୁ ଏଡ଼େଇ ଦେଇ ପାରିନାହାନ୍ତି। ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଆଜି କୋଟିକୋଟି ଲୋକଙ୍କ ପ୍ରିୟ କଳାକାର ହୋଇପାରିଛନ୍ତି। ହେଲେ ଦିନ ଥିଲା ଯେବେ ତାଙ୍କୁ ତାଙ୍କର ପ୍ରଥମ ସିନେମାରୁ ହିଁ ତଡ଼ି ଦିଆଯାଇଥିଲା। ଏକ ସାକ୍ଷାତ୍‌କାରରେ ସୈଫ୍‌ ସେଦିନର କଥାକୁ ମନେ ପକାଇଛନ୍ତି। ସେ କହିଛନ୍ତି, ‘‘ସଂଘର୍ଷ କ’ଣ? ଅଟୋରେ ବସି ୧୦ ଘେରା ବୁଲିବା ନା କାହା ଅଫିସ୍‌ରେ ୩ ଘଣ୍ଟା ଅପେକ୍ଷା କରିବା? ମୋ ଜୀବନରେ ବି ସଂଘର୍ଷ ଆସିଛି। ହେଲେ ତାହା ଭିନ୍ନ ପ୍ରକାରର। ମୋର ପ୍ରଥମ ଫିଲ୍ମ ସୁଟିଂ ବେଳେ ନିର୍ଦ୍ଦେଶକ କହିଥି‌ଲେ କି ସିନେମା ଓ ମୋ ପ୍ରେମିକା ମଧ୍ୟରୁ ମୋତେ ଜଣଙ୍କୁ ଚୟନ କରିବାକୁ ପଡ଼ିବ। କାମ ଛାଡ଼ ନହେଲେ ପ୍ରେମିକାକୁ ଛାଡ଼ ବୋଲି ନିର୍ଦ୍ଦେଶକଙ୍କ ମୁହଁରୁ ଶୁଣିବାକୁ ପଡ଼ିଥିଲା। ଖାଲି ସେତିକି ନୁହେଁ, ସେହି କାରଣରୁ ସେ ଫିଲ୍ମଟି ମୋ ହାତରୁ ଚାଲିଗଲା ମଧ୍ୟ।’’ ସେ ସମୟରେ ସୈଫ୍‌ଙ୍କ ପ୍ରେମିକା ଥିଲେ ତାଙ୍କ ପ୍ରଥମ ପତ୍ନୀ ଅମୃତା ସିଂହ। ସୈଫ୍‌ ପ୍ରଥମେ ‘ବେଖୁଦୀ’ ସିନେମାରେ କାଜଲଙ୍କ ବିପକ୍ଷରେ ନାୟକ ସାଜିଥାନ୍ତେ। ମାତ୍ର ତାଙ୍କ ଆଚରଣ ନିର୍ଦ୍ଦେଶକ ରାହୁଲ ରାୱେଲଙ୍କୁ ବୃତ୍ତିଗତ ଲାଗିଲା ନାହିଁ। ସେଥିପାଇଁ ସେ ସୈଫ୍‌ଙ୍କୁ ତାଙ୍କ ସିନେମାରୁ କାଢ଼ି ଦେଲେ। ପରବର୍ତ୍ତୀ ସମୟରେ ସୈଫ୍‌ ୟଶ୍ ଚୋପ୍ରାଙ୍କ ଫିଲ୍ମ ‘ପରମ୍ପରା’ରେ ଅଭିନୟ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button