ଅପରାଧ

ସାବଧାନ! ଧୋନିଙ୍କ ନାମ ନେଇ ଟଙ୍କା ମାଗୁଥିବା ଠକଙ୍କ ଠାରୁ ଦୂରେଇ ରୁହନ୍ତୁ – Kalinga News

[ad_1]

ନୂଆଦିଲ୍ଲୀ: ଆଇପିଏଲ୍ ଋତୁ ଚାଲିଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକ ନକଲି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଭାଇରାଲ ପୋଷ୍ଟରେ ଧୋନି ଲୋକଙ୍କୁ ୬୦୦ଟଙ୍କା ଋଣ ମାଗିଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ସେୟାର ହୋଇଥିବା ସ୍କ୍ରିନ ସିର୍ଟରେ ଲେଖା ହୋଇଛି, “ମୁଁ ମହେନ୍ଦ୍ର ସିଂ ଧୋନି ଏବଂ ମୁଁ ଆପଣଙ୍କୁ ‌ମୋର ଏକ ବ୍ୟକ୍ତିଗତ ଆକାଉଣ୍ଟରୁ ମେସେଜ୍ କରୁଛି। ମୁଁ ରାଞ୍ଚିର ବାହାରେ ଅଟକି ଯାଇଛି। ଘରେ ମନିପର୍ସ ଭୁଲି ଆସିଥିବା ବେଳେ ଟଙ୍କାଟିଏ ବି ମୋ ପାଖରେ ନାହିଁ। ବସ୍ ଯୋଗେ ଘରକୁ ଫେରିବାକୁ ପଡିବ । ତେଣୁ ଆପଣ ମୋତେ ଫୋନପେରେ ୬୦୦ଟଙ୍କା ପଠାଇ ପାରିବେ କି?

ଯେଉଁ ବ୍ୟକ୍ତିଙ୍କ ପାଖକୁ ଏହି ପୋଷ୍ଟ ଆସିଥିଲା ସେ ଉପସ୍ଥିତ ବୁଦ୍ଧି ଖଟାଇଥିଲେ। ଧୋନି ଭଳି ଜଣେ ନାମୀଦାମୀ ଲୋକ ଏଭଳି ଭାବେ କାହିଁକି ମାତ୍ର ୬୦୦ଟଙ୍କା ମାଗିବେ ତାହା ପୁଣି ଅଜଣା ବ୍ୟକ୍ତିଙ୍କ ଠାରାୁ। ତେଣୁ ସେ ଚାଟର ସ୍କ୍ରିନ ସର୍ଟ ଉଠାଇ ପୁଲିସକୁ ପଠାଇ ଦେଇଥିଲେ। ପୁଲିସ ଧୋନିଙ୍କ ନାମରେ ଆସିଥିବା ଏହି ନକଲି ପୋଷ୍ଟର ସ୍କ୍ରିନ ସର୍ଟ ରଖି ଯାଞ୍ଚ ଆରମ୍ଭ କରିଛି।

ଏଥିସହିତ ପୁଲିସ ଲୋକଙ୍କୁ ଏଭଳି ଅପରାଧ ପ୍ରତି ସଜାଗ ରହିବାକୁ କହିବା ସହିତ ଅନଲାଇନ ଲେଣଦେଣ ବେଳେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। କାରଣ ଦିନକୁ ଦିନ ଅନଲାଇନ ଠକେଇ ବୃଦ୍ଧି ପାଇବାରେ ଲାଗିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button