ଅପରାଧ

କାଉନ୍‌ସିଲରଙ୍କ ଘର ଆଗରେ ଫାଙ୍କା ଗୁଳି ଚାଳନା: ଗାଡ଼ି ଭାଙ୍ଗି ସାନଭାଇଙ୍କୁ ଆକ୍ରମଣ – Kalinga News

[ad_1]

ଖଲ୍ଲିକୋଟ:‌ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂଆଫାଶୁଳା ଗାଁରେ ରାତିରେ କିଛି ଦୁର୍ବୃତ୍ତ ଆତଙ୍କରାଜ ସୃଷ୍ଟି କରିଛନ୍ତି। ଚାରିଜଣ ଦୁର୍ବୃତ୍ତ ଏକ କାର୍‌ରେ ଆସି ନୂଆଫାଶୁଳାରେ ରହୁଥିବା ତୋଟାଗାଁର ୧୧ନମ୍ବର ୱାର୍ଡ଼ କାଉନ୍‌ସିଲର୍‌ ନାରାୟଣ ବାରିକଙ୍କ ଘର ଆଗରେ ଦୁଇ ରାଉଣ୍ଡ୍‌ ଗୁଳି ଫୁଟାଇଛନ୍ତି। ଏହା ସହିତ ତାଙ୍କର ସାନଭାଇ କାହ୍ନା ବାରିକଙ୍କୁ ହକିଷ୍ଟିକ୍‌ରେ ଆକ୍ରମଣ କରିଛନ୍ତି। ପୁଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ନାରାୟଣ ତୋଟାଗାଁରେ ଏକ ରାସନ ଦୋକାନ କରିଛନ୍ତି। ଗତକାଲି କିଛି ଦୁର୍ବୃତ୍ତ ତାଙ୍କୁ ଫୋନ୍‌ କରି ଧମକ୍‌ ଦେଇଥିଲେ। ତେବେ ଆଜି ରାତି ପ୍ରାୟ ୯ଟା ବେଳେ ଏକ କାର୍‌ରେ ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତ ନାରାୟରଙ୍କ ଦୋକାନକୁ ଆସିଥିଲେ। ସେମାନେ ଦୋକାନ ବାହାରେ ପାଟୁତଣ୍ଡ କରି ନାରାୟଣଙ୍କୁ ନାନା ଧମକ୍‌ ଦେଇ ଗୋଟିଏ ରାଉଣ୍ଡ୍‌ ଫାଙ୍କା ଗୁଳି ଚାଳନା କରିଥିଲେ। ଏହାପରେ ସେମାନେ ନୂଆଫାଶୁଳା ସ୍ଥିତ ଘରକୁ ଯାଇଥିଲେ। ଘର ବାହାରେ ମଧ୍ୟ ଦୁର୍ବୃତ୍ତମାନେ ଆତଙ୍କରାଜ ସୃଷ୍ଟି କରିବା ସହିତ ଏକ ବଲେରୋ ଗାଡ଼ିର କାଚ ଭାଙ୍ଗି ଦେଇଥିଲେ। ଏହାଦେଖି ସାନଭାଇ କାହ୍ନା ପ୍ରତିବାଦ କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଛି। କାହ୍ନାକୁ ନାନା ଧମକ୍‌ ଦେଇ ସେଠାରେ ମଧ୍ୟ ଦୁଇ ରାଉଣ୍ଡ୍‌ ଫାଙ୍କା ଗୁଳି ଫୁଟାଇ ସେଠାରେ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ଏହି ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖା ଦେଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button