‘ତାରକ ମେହତା କା ଉଲଟା ଚଷମା’ର ଅଭିନେତା ନିଖୋଜ, ରୁଜୁ ହେଲା ଏତଲା – Kalinga News

[ad_1]
ମୁମ୍ବାଇ: ‘ତାରକ ମେହତା କା ଉଲଟା ଚଷମା’ର ଅଭିନେତା ନିଖୋଜ। ରୁଜୁ ହେଲା ଏତଲା। ଟିଭି ସୋ ‘ତାରକ ମେହତା କା ଉଲଟା ଚଷମା’ରେ ରୋଶନ ସିଂ ସୋଡିଙ୍କ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ଗୁରୁଚରଣ ସିଂ ଗତ କିଛି ଦିନ ହେବ ନିଖୋଜ ଅଛନ୍ତି। ଅଭିନେତାଙ୍କ ବାପା ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି। ହଠାତ୍ ନିଖୋଜ ଖବର ଆସିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ଦୁଃଖିତ ହୋଇପଡ଼ିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଅଭିନେତା ଶେଷ ଥର ପାଇଁ ଏପ୍ରିଲ ୨୨ରେ ଦିଲ୍ଲୀ ବିମାନବନ୍ଦରରେ ନଜର ଆସିଥିଲେ, ଯେଉଁଠାରୁ ତାଙ୍କୁ ମୁମ୍ବାଇକୁ ଉଡ଼ାଣ କରିବାର ଥିଲା। ହେଲେ ସେ ମୁମ୍ବାଇରେ ପହଞ୍ଚି ନଥିଲେ। ସେବେଠାରୁ ସେ ଘରକୁ ଫେରି ନଥିବାରୁ ପରିବାର ଲୋକେ ଚିନ୍ତାରେ ଥିବା ଜଣାପଡ଼ିଛି।
ଅଭିନେତାଙ୍କୁ ୫୦ବର୍ଷ ବୟସ ହୋଇଥିବା ବେଳେ ସେ ମାନସିକ ସ୍ତରରେ ସୁସ୍ଥ ଥିଲେ। ଏସବୁ ସତ୍ତ୍ବେ ସେ ହଠାତ୍ ଗାଏବ ହେବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫୋନ୍ ଯୋଗେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ପରିବାର ଲୋକେ।
ଉଲ୍ଲେଖଯୋଗ୍ୟ, ଲୋକପ୍ରିୟ ସୋ’ରେ ଗୁରୁଚରଣ ସିଂ, ରୋଶନ ସିଂ ସୋଡିଙ୍କ ଭୂମିକାରେ ଅଭିନୟ କରିଥିଲେ, ଯିଏ ସବୁବେଳେ ପାର୍ଟୀ କରିବାର ମୁଡରେ ରହିବା ସହ ନିଜ ପତ୍ନୀଙ୍କ ପ୍ରତି ଥିବା ଭଲପାଇବାକୁ ପ୍ରକାଶ କରିବାକୁ ପଛାନ୍ତି ନାହିଁ। ସେ ସୋ’ର ଲୋକପ୍ରିୟ ଚରିତ୍ରମାନଙ୍କ ମଧ୍ୟରୁ ଜଣେ ଥିଲେ। ୨୦୧୩ରେ ସେ ସୋ’ ଛାଡିଥିଲେ ମଧ୍ୟ ଦର୍ଶକ ତାଙ୍କୁ ଦେଖିବାକୁ ଚାହିବାରୁ ସେ ସୋ’କୁ ଫେରିଥିଲେ। ହେଲେ ୨୦୨୦ମସିହାରେ ସେ ପୁଣିଥରେ ସୋ’ରୁ ନିଜକୁ ଦୂରେଇ ଦେଇଥିଲେ।
[ad_2]