ଓଡ଼ିଶା ଉପରେ କେନ୍ଦ୍ରୀୟ ନେତାଙ୍କ ନଜର: ୨୮ରେ ବ୍ରହ୍ମପୁରରେ ନଡ୍ଡା, ସାଲେପୁରରେ ରାହୁଲଙ୍କ ଜନସଭା – Kalinga News

[ad_1]
ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଉପରେ ନଜର ରହିଛି। ରାଜ୍ୟରେ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟିଂ ହେଉଥିବାରୁ କେନ୍ଦ୍ରୀୟ ନେତାଙ୍କର ନଜର ରହିବା ମଧ୍ୟ ସ୍ବାଭାବିକ। ଗତକାଲି (ଗୁରୁବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋନପୁରରେ ପ୍ରଚାର ପରେ ଭୁବନେଶ୍ବରରେ ଦଳୀୟ କର୍ମୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ କରି ଫେରି ଯାଇଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଠାଙ୍କ ଓଡ଼ିଶା ଗସ୍ତ ନିର୍ଦ୍ଧାରିତ ହୋଇସାରିଛି। ଅନ୍ୟପଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବା ପାଇଁ ସଜବାଜ ହୋଇସାରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ୪ ଲୋକସଭା ଆସନ ମଧ୍ୟରୁ ବ୍ରହ୍ମପୁର ଏବଂ ନବରଙ୍ଗପୁର ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜେ.ପି ନଡ୍ଡା ପ୍ରଚାର କରିବେ। ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧନ କରିବା ପରେ ଶ୍ରୀ ନଡ୍ଡା ନବରଙ୍ଗପୁରରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। ବ୍ରହ୍ମପୁର ଏବଂ ନବରଙ୍ଗପୁର ଲୋକସଭା ଆସନ ଏମିତି ୨ଟି ଆସନ, ଯେଉଁଥିରେ ରାଜନୈତିକ ଗୋଲକଧନ୍ଦା ଭିତରେ ପ୍ରାର୍ଥୀ ଦେଇଛନ୍ତି ବିଜେଡି ଓ ବିଜେପି। ଏକଦା ବିଜେପିର ରାଜ୍ୟ ଉପସଭାପତି ଥିବା ଭୃଗୁ ବକ୍ସିପାତ୍ର ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ବିଧାୟକ ଥିବା ପ୍ରଦୀପ ପାଣିଗ୍ରାହୀ ବିଜେପିର ଲୋକସଭା ପ୍ରାର୍ଥୀ। ସେହିପରି ନବରଙ୍ଗପୁରରୁ ବିଜେଡିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ମାଝୀ କଂଗ୍ରେସରୁ ଆସିଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଥିବା ବଳଭଦ୍ର ମାଝୀ, ୨୦୧୪ରେ ବିଜେଡି ଟିକେଟରୁ ସାଂସଦ ନିର୍ବାଚିତ ହୋଇଥିଲେ।
ରାହୁଲ ଗାନ୍ଧୀ ଆସନ୍ତା ୨୮ ତାରିଖରେ ସାଲେପୁରରେ ନିର୍ବାଚନୀ ସଭା କରିବା ସହ ରାଲି କରିବେ। ରାହୁଲଙ୍କ ସଭାରେ ଉପକୂଳ ଜିଲ୍ଲା ୪ଟି ଲୋକସଭା ଯଥା କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ଅଂଚଳରୁ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେବେ। ଉପକୂଳବର୍ତ୍ତୀ ଅଞ୍ଚଳର ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ। ଏହି ଅବସରରେ ସେ କଟକ ଜିଲ୍ଲା ସତ୍ୟଭାମାପୁର, ଉକ୍ରଳ ଗୌରବ ମଧୁସୂଧନ ଦାସଙ୍କ ଜନ୍ମପୀଠରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି।
[ad_2]