ଦେଶ- ବିଦେଶ

ମା ଲକ୍ଷ୍ମୀଙ୍କ ପାଖରେ କାହିଁକି ଲାଗେନି ତୁଳସୀ ଦେଖନ୍ତୁ ଏହାର କାରଣ ଏବଂ ଜାଣନ୍ତୁ ଏହି ଅଲୌକିକ ଜ୍ଞାନ

ଯୁବ ଗବେଷକ ସୌମ୍ୟ ପଣ୍ଡା କହିଛନ୍ତି ଯେ ମାତା ଲକ୍ଷ୍ମୀ ଙ୍କ ପାଖରେ ତୁଳସୀ ପତ୍ର ଲଗାଯାଏ ନା ନାହିଁ।ମାର୍ଗଶିର ମାସରେ ମହାଲକ୍ଷ୍ମୀ ଙ୍କ ର ଆରାଧନା କରାଯାଇଥାଏ ମନରେ ଅନେକ ଥର
 ପ୍ରଶ୍ନ ଆସିଥାଏ ଯେ ମହାଲକ୍ଷ୍ମୀ ତ ମହାପ୍ରଭୁ ଙ୍କ ର ପ୍ରିୟ ହୋଇଥାନ୍ତି।ତାହେଲେ ମହାପ୍ରଭୁ ଙ୍କ ର ପ୍ରିୟ ହୋଇଥିବା ତୁଳସୀ ପତ୍ର କଣ ପାଇଁ ମହାଲକ୍ଷ୍ମୀ ଙ୍କ ପାଖରେ ଲାଗେ କି ନା ନାହିଁ।ନିଶ୍ଚିନ୍ତ ଭାବରେ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଥାଏ।
ପଦ୍ମ ପୁଷ୍ପ ହେଉଛନ୍ତି ମହାଲକ୍ଷ୍ମୀ ଙ୍କ ର ସବୁଠାରୁ ଅତି ପ୍ରିୟ। ତାହା ମଧ୍ୟ ମହାପ୍ରଭୁ ଙ୍କ ପ୍ରିୟ।ସତ୍ୟଯୁଗରେ କଥା ଜଳନ୍ଧର ଙ୍କ ପତ୍ନୀ ହେଉଛନ୍ତି ବୃନ୍ଦାବତୀ।
ମହାପ୍ରଭୁ ଜଳନ୍ଧର ଙ୍କୁ ବଧ କରିବା ପାଇଁ ଜଳନ୍ଧର ଙ୍କ ବେଶ ଧାରଣା କରି ଆସିଥିଲେ।କିନ୍ତୁ ବୃନ୍ଦାବତୀ ସତୀ ଥିବା ଦ୍ଵାରା ତାଙ୍କର ସତୀ କୁ ହରଣ କରିବାକୁ ପଡ଼ିବ।
ସେଥିପାଇଁ ମହାପ୍ରଭୁ ତାଙ୍କର ପତି ରୂପ କୁ ଧାରଣ କରି ବୃନ୍ଦାବତୀ ଙ୍କୁ ଧରି ଦେଇଥିଲେ।ଏହାପରେ ବୃନ୍ଦାବତୀ ଜାଣି ପାରିଥିଲେ ଯେ ସେ ତାଙ୍କ ସ୍ବାମୀ ନୁହେଁ। ଏ ହେଉଛନ୍ତି ମହାପୁରୁଷ।
ତେଣୁ ସେ ଅସତୀ ହୋଇଗଲେ ଏବଂ ସେହି ସ୍ଥାନରେ ନିଜ ଶରୀର ତ୍ୟାଗ କରିଥିଲେ।ସେହି ସ୍ଥାନରେ ତିନି ପ୍ରକାରର ଗଛ ଉତ୍ପନ୍ନ ହୋଇଥିଲା।ଯାହାକି ତୁଳସୀ, ଅଅଁଳା ଆଉ ମାଳତୀ ଭାବରେ ପ୍ରସିଦ୍ଧି ଲାଭ କରିଛି।
ତା ସହିତ ମହାପ୍ରଭୁ ମଧ୍ୟ ସେହି ତୁଳସୀ କୁ ଗ୍ରହଣ କରିଛନ୍ତି।ଯେତେବେଳେ ମହାପ୍ରଭୁ ଶାଳଗ୍ରାମ ଅବତାର ନେଇଥିଲେ ସେତେବେଳେ ମଧ୍ୟ ଶାଳଗ୍ରାମ ଙ୍କ
 ସହିତ ତୁଳସୀ ଙ୍କ ର ବିବାହ ହୋଇଛି। ତେଣୁ ତୁଳସୀ ହେଉଛନ୍ତି ମହାପ୍ରଭୁ ଙ୍କ ର ଅତି ପ୍ରିୟ।
ମହାଲକ୍ଷ୍ମୀ ତୁଳସୀ ଙ୍କୁ ବହୁତ ଇର୍ଷା କରିଥାନ୍ତି।ମହାଲକ୍ଷ୍ମୀ ଇର୍ଷା କରୁଥିବା ଦ୍ୱାରା ଇର୍ଷା ଯାହା ଉପରେ ହୋଇଥାଏ ତାଙ୍କୁ ଧାରଣ କରନ୍ତି ନାହିଁ।ସବୁ ପ୍ରିୟ ହେଲେ ମଧ୍ୟ,ମହାପ୍ରଭୁ ଙ୍କ ର ପ୍ରିୟ ହେଲେ ମଧ୍ୟ ତାଙ୍କର ତୁଳସୀ ପ୍ରିୟ ହୋଇନଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button