ଜ୍ୟୋତିଷ

ପୂଜା ଘରେ ଘଣ୍ଟି ବଜାଇବା ସମୟରେ ପାଳନ୍ତୁ କରନ୍ତୁ ଏହି ନିୟମ ! ମହିଳା ମାନେ ଶଙ୍ଖ ଫୁଙ୍କିବା ଉଚିତ ନା ଅନୁଚିତ

ହିନ୍ଦୁ ସଂସ୍କୃତିରେ ପ୍ରତିଦିନ ଘରେ ପୂଜାପାଠ କରିବାର ପରମ୍ପରା ରହିଅଛି । ସେଥିପାଇଁ ଘରେ ଘରେ ଠାକୁର ପୂଜା କରିବା ପାଇଁ ଠାକୁର ଘର ରହିଥାଏ । ଯେଉଁ ସ୍ଥାନରେ ପ୍ରତିଦିନ ନିୟମିତ ରୂପେ ପୂଜାପାଠ କରାଯାଇଥାଏ । ଯାହା ଦ୍ଵାରା ସେହି ଘର ଉପରେ ସବୁବେଳେ ଦେବାଦେବୀଙ୍କର ଶୁଭ କୃପାଦ୍ରୁଷ୍ଟି ପଡିଥାଏ । ଯାହା ଘରର ପଜିଟିଭ ଏନର୍ଜି ବୃଦ୍ଧି କରାଇଥାଏ । ହେଲେ ପୂଜା ପାଠ କରିବା ପାଇଁ କିଛି ନିୟମ ମଧ୍ୟ ରହିଥାଏ । ଯାହାକୁ ପାଳନ କରି ପୂଜା କରିବା ଦ୍ଵାରା ହିଁ ସେହି ପୂଜାକୁ ଭଗବାନ ସ୍ଵୀକାର କରିଥାନ୍ତି ।

1- ଅନେକଙ୍କ ଠାକୁର ଘରେ ଗରୁଡ ଘଣ୍ଟି ରହିଥାଏ । ଯେଉଁ ଘଣ୍ଟି ଉପରେ ଗରୁଡ ରହିଥାନ୍ତି । ସେହି ଘଣ୍ଟିକୁ ଗରୁଡ ଘଣ୍ଟି ବୋଲି କୁହାଯାଇଥାଏ । ପୂଜା କରିବା ସମୟରେ ଦେବାଦେବୀଙ୍କୁ ଆମନ୍ତ୍ରଣ କରିବା ପାଇଁ ପୂଜାଘଣ୍ଟିକୁ ବଜାଯାଇଥାଏ । ତେଣୁ ଘଣ୍ଟିର କେବେବି ଅପମାନ କରିବା ଉଚିତ ନୁହେଁ ।

ଯଦି ଘଣ୍ଟିର କୌଣସି ପ୍ରକାରର ବି ଅପମାନ କରିଥାନ୍ତି । ତେବେ ଘଣ୍ଟି ବଜାଇବାର ବୀପରୀତ ଫଳ ସେହି ବ୍ୟକ୍ତିକୁ ମିଳିଥାଏ । ତେଣୁ ଦେବାଦେବୀଙ୍କୁ ପୂଜା କରିବା ଭଳି ଘଣ୍ଟିର ମଧ୍ୟ ପୂଜା କରିବା ଆବଶ୍ୟକ । ଏଥିସହ ପୂଜା କରିବା ସମୟରେ ଘଣ୍ଟାନାଦ ନିହାତି କରିବା ଉଚିତ । ନଚେତ ପୂଜା ଅଧୁରା ରହିଗଲା ଭଳି ଲାଗିଥାଏ ।

2- ଘଣ୍ଟିକୁ ପୂଜା କରିକି ହିଁ ଘଣ୍ଟି ସର୍ବଦା ବଜାନ୍ତୁ । କାରଣ ଘଣ୍ଟି ବଜାଇବା ପରେ ସଂପୂର୍ଣ୍ଣ ଘର ପରିବେଶଟି ଶୁଦ୍ଧ ଓ ପବିତ୍ର ହୋଇଯାଇଥାଏ । ଯାହା ଦ୍ଵାରା ଘରର ଚାରି ଆଡେ ସକାରାତ୍ମକ ଊର୍ଜା ସଂଚାର ହେବାକୁ ଲାଗିଥାଏ । ଯାହା ଦ୍ଵାରା ସେହି ଘରେ ବାସ କରୁଥିବା ପ୍ରତ୍ଯେକଟି ବ୍ୟକ୍ତିର ମନରେ ପଜିଟିଭ ଏନର୍ଜି ଆସିଥାଏ ।

4- ଅନେକ ଲୋକ ପୂଜା ସାରି ଆଳତୀ କରିଥାନ୍ତି । ହେଲେ ଭଗବାନଙ୍କୁ ଜଳ ଅର୍ପଣ କରିବା ସମୟରେ, ଭଗବାନଙ୍କୁ ସ୍ନାନ କରିବା ସମୟରେ, ଧୂପ, ଦୀପ ଓ ନୈବେଦ୍ୟ ଆଦି ଦେବା ସମୟରେ ମଧ୍ୟ ଘଣ୍ଟି ବଜାଇବା ଉଚିତ । 5- ଘଣ୍ଟି ବଜାଇବା ସମୟରେ କୌଣସି ଦେବାଦେବୀଙ୍କର ମନ୍ତ୍ର ଗାଁ କରିବା ଉଚିତ ।

ପ୍ରତ୍ଯେକ ଦିନ ସକାଳେ ଓ ସନ୍ଧ୍ଯା ସମୟରେ ମନ୍ତ୍ର ଜପ କରି ଘଣ୍ଟି ବଜାନ୍ତୁ । ଏହା ଘର ପାଇଁ ବହୁତ ମଙ୍ଗଳ ହୋଇଥାଏ । ତେଣୁ ଠାକୁର ଘରେ ପୂଜା କରିବା ସମୟରେ ଘଣ୍ଟି ଅବଶ୍ୟ ବଜାନ୍ତୁ । ଏଥିସହ ଘଣ୍ଟି ସହ ଜଡିତ କିଛି ବିଶେଷ ନିୟମ ଉପରେ ମଧ୍ୟ ଅବଶ୍ୟ ଧ୍ୟାନ ରଖି ଘଣ୍ଟି ବଜାନ୍ତୁ । ଯାହା ଦ୍ଵାରା ପୂଜା ସମ୍ପର୍ଣ୍ଣ ହୋଇଥାଏ । ଏହା ଦ୍ଵାରା ମହିଳା ମାନଙ୍କୁ ଶଙ୍ଖ ଫୁଙ୍କିବା ମନା ଅଟେ ବୋଲି ଶାସ୍ତ୍ରରେ ରହିଛି

Related Articles

Leave a Reply

Your email address will not be published. Required fields are marked *

Back to top button