ରାହୁଲଙ୍କ ଭାଗ୍ୟ ପରୀକ୍ଷା ଆଜି – Kalinga News

[ad_1]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆସନ୍ତାକାଲି (୨୬ ତାରିଖ) ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ। ଏଥିରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୧୨୧୦ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସରୁ ରାହୁଲ ଗାନ୍ଧୀ ଓ ଶଶି ଥରୁର, ବିଜେପିରୁ ହେମା ମାଳିନୀ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଏହି ପର୍ଯ୍ୟାୟରେ ବହୁଜନ ସମାଜ ପାର୍ଟି ସର୍ବାଧିକ ୭୪ ଜଣ ପ୍ରାର୍ଥୀ ଦେଇଥିବା ବେଳେ ଭାରତୀୟ ଜନତା ପାର୍ଟି ୬୯ ଓ କଂଗ୍ରେସ ୬୮ ପ୍ରାର୍ଥୀ ଦେଇଛି। କର୍ଣ୍ଣାଟକରେ ସର୍ବାଧିକ ୨୪୭ ପ୍ରାର୍ଥୀ ମଇଦାନରେ ଥିବା ବେଳେ ମହାରାଷ୍ଟ୍ରରେ ୨୦୪ ଓ କେରଳରେ ୧୮୯ ପ୍ରାର୍ଥୀ ରହିଛନ୍ତି। ଏହି ପର୍ଯ୍ୟାୟରେ କେରଳ, ରାଜସ୍ଥାନ ଓ ତ୍ରିପୁରାରେ ମତଦାନ ଶେଷ ହେବ। ୨୦୧୯ ଲୋକସଭା ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟର ଏହି ୮୯ଟି ଆସନରୁ ଏନ୍ଡିଏ ୫୬ଟି ରେ ବିଜୟୀ ହୋଇଥିବା ବେଳେ ୟୁପିଏ ୨୪ଟି ଆସନରେ ବିଜୟୀ ହୋଇଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ (ୱାୟନାଡ଼), ଶଶି ଥରୁର (ତିରୁବନନ୍ତପୁରମ), କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର (ତିରୁବନନ୍ତପୁରମ), ବିଜେପିର ତେଜସ୍ୱୀ ସୂର୍ଯ୍ୟ (ବେଙ୍ଗାଲୁରୁ ଦକ୍ଷିଣ), ହେମା ମାଳିନୀ (ମଥୁରା), ଅରୁଣ ଗୋଭିଲ (ମିରଟ), କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଭାଇ ଡିକେ ସୁରେଶ (ବେଙ୍ଗାଲୁରୁ ଗ୍ରାମୀଣ) ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ (ମାଣ୍ଡ୍ୟା), ଲୋକସଭା ବାଚସ୍ପତି ବିଜେପିର ଓମ୍ ବିର୍ଲା (ରାଜସ୍ଥାନ କୋଟା) ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି। ଆସନ୍ତାକାଲି ୮୯ଟି ଆସନରେ ମତଦାନ ଲାଗି ସ୍ଥିର ହୋଇଥିଲା। କିନ୍ତୁ ବିଏସ୍ପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ମଧ୍ୟ ପ୍ରଦେଶର ବେତୁଲ ଲୋକସଭା ଆସନରେ ମତଦାନ ସ୍ଥଗିତ ରଖାଯାଇଛି।
[ad_2]