ରାଜନୀତି

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ ଶେଷ: ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ନାମାଙ୍କନ – Kalinga News

[ad_1]

ଭୁବନେଶ୍ବର: ଆସନ୍ତା ମେ ୧୩ତାରିଖରେ ରାଜ୍ୟର ୪ଟି ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ‌ରେ ହେବାକୁ ଥିବା ମତଦାନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ ତାରିଖ ସୁଦ୍ଧା ୪ଟି ଲୋକସଭା ଆସନରେ ମୋଟ୍ ୩୦ଜଣ ପ୍ରାର୍ଥୀ ନାମାଙ୍କନ କରିଥିଲେ। କଳାହାଣ୍ଡିରେ ୧୦ଜଣ, ନବରଙ୍ଗପୁରରେ ୩ଜଣ, ବ୍ରହ୍ମପୁରରେ ୮ଜଣ, କୋରାପୁଟରେ ୯ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଶେଷ ଦିନରେ ଆଉ କେତେକ ପ୍ରାର୍ଥୀ ନାମାଙ୍କନ କରିଥିବାରୁ ଏହି ସଂଖ୍ୟା ବଢ଼ିପାରେ।

ସେହିପରି ନୂଆପଡ଼ା, ଖରିଆର, ଉମ‌ରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନିପାଟଣା, ନର୍ଲା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର, କୋରାପୁଟ, ପଟାଙ୍ଗୀ, ମାଲକାନଗିରି, ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ‌ରେ ବି ୧୩‌ତାରିଖରେ ହେବାକୁ ଥିବା ମତଦାନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ଏଠାରେ ୨୪ତାରିଖ ସୁଦ୍ଧା ୧୭୮ଜଣ ନାମାଙ୍କନ ଦାଖଲ କରିଛନ୍ତି। ବ୍ରହ୍ମପୁର ଆସନ ପାଇଁ ସର୍ବାଧିକ ୧୬ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ବାକି ସବୁ ଆସନରୁ ୩ କିମ୍ବା ତା’ଠାରୁ ଅଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏହି ସବୁ ଆସନରେ ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ ଆରମ୍ଭ ହେବ। ୨୯ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ।

ସେହିପରି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସିକା ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ନିର୍ବାଚନ ହେବ। ଏଠାରେ ମେ’ ୨୦ରେ ମତଦାନ ହେବାକୁ ଥିବାବେଳେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଏପ୍ରିଲ ୨୬ରୁ ଆରମ୍ଭ ହୋଇ ମେ’ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’ ୪ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ମେ’ ୬ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button