ମନୋରଞ୍ଜନ

ପ୍ରଭାସଙ୍କ ପରେ ପାରିଶ୍ରମିକ ବଢ଼ାଇଲେ ଅଲ୍ଲୁ ଅର୍ଜୁନ, ‌ହୋସ ଉଡ଼ାଇବ ଅଭିନେତା ଫି’ – Kalinga News

[ad_1]

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ପରେ ପାରିଶ୍ରମିକ ବଢ଼ାଇଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ‌ହୋସ ଉଡ଼ାଇବ ଅଭିନେତା ପୁଷ୍ପା-୨ ପାଇଁ ନେଉଥିବା ପାରିଶ୍ରମିକ। କିଛି ସମୟ ପୂର୍ବରୁ ଖବର ମିଳିଥିଲା ଯେ, ‘କଲ୍କି ୨୮୯୮ ଏଡି’ ପ୍ରଭାସ ନିଜର ପାରିଶ୍ରମିକ ବଢ଼ାଇଛନ୍ତି। ପୂର୍ବରୁ ପ୍ରଭାସ ତାଙ୍କ ଚଳଚ୍ଚିତ୍ର ପାଇଁ ସାଧାରଣତଃ ୧୦୦କୋଟି ଟଙ୍କାର ପାରିଶ୍ରମିକ ନିଅନ୍ତି। ଏହାପୂର୍ବରୁ ତାଙ୍କର ଦୁଇଟି ଚଳଚ୍ଚିତ୍ର ‘ଆଦିପୁରୁଷ’ ଏବଂ ‘ରାଧେ ଶ୍ୟାମ’ ଫ୍ଲପ୍ ହୋଇଥିଲା। ଏହା ସତ୍ତ୍ବେ ବି ସେ ‘କଲ୍କି ୨୮୯୮ ଏଡି’ ଚଳଚ୍ଚିତ୍ର ପାଇଁ ୫୦ପ୍ରତିଶତ ପାରିଶ୍ରମିକ ବଢ଼ାଇ ୧୫୦କୋଟି ଟଙ୍କା ନେଉଥିବା ଚର୍ଚ୍ଚା ହେଉଛି।

ଏମଧ୍ୟରେ ଅଲ୍ଲୁ ଅର୍ଜୁନ ବି ନିଜର ପାରିଶ୍ରମିକକୁ ୧୫୦କୋଟିକୁ ବଢ଼ାଇଥିବା ଚର୍ଚ୍ଚା ହେଉଛି। ଫିଲ୍ମର ଲୋକପ୍ରିୟତାକୁ ଦେଖି ଅଭିନେତା ପାରିଶ୍ରମିକ ବଢ଼ାଇଥିବା କୁହାଯାଉଛି। ତେବେ ଏହା ଉପରେ ଅଲ୍ଲୁ ଅର୍ଜୁନ କିମ୍ବା ଫିଲ୍ମ ନିର୍ମାତାଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ।

କିଛି ଦିନ ତଳେ ପୁଷ୍ପା-୨ର ଟିଜର ରିଲିଜ୍ କରିଥିଲେ ନିର୍ମାତା। ଟିଜରରେ ଅଲ୍ଲୁ ଅର୍ଜୁନ ଶାଢ଼ି ପିନ୍ଧିବା ସହ ପାଦରେ ଘୁଙ୍ଗୁର ପିନ୍ଧିଥିଲେ। ଏହା ସହ ବେକରେ ଫୁଲ ମାଳ ପକାଇ ସେ ଗୁଣ୍ଡାମାନଙ୍କୁ ମାଡ଼ ମାରୁଥିବା ଦେଖାଯାଇଥିଲା। ମୈତ୍ରି ମୁଭି ମେକର୍ସର ୟୁଟ୍ୟୁବ ଚ୍ୟାନେଲରେ ଟିଜର ରିଲିଜ୍ କରାଯାଇଥିବା ବେଳେ ସଙ୍ଗେ ସଙ୍ଗେ ଏହା ଭାଇରାଲ ହୋଇଥିଲା।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button