ମନୋରଞ୍ଜନ

ବାବା ସାରଥୀ ଙ୍କ ଆଣ୍ଠୁଆ ଗୋପାଳ ଲୀଳା କୁ ଝୁରୁଚନ୍ତି ଭକ୍ତ : କାଲି ଧୁମ୍ ଧାମ ରେ କଲେ ସାରଥୀ ର ଜନ୍ମଦିନ ପାଳନ..

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ପର୍ଯ୍ୟନ୍ତ ମଧ୍ୟ ସାରଥୀ ପ୍ରେମ ସରି ନାହିଁ। ଏବେ ମଧ୍ୟ ଅନ୍ଧ ବିଶ୍ଵାସ ରେ ଭକ୍ତ ମାନେ ବଞ୍ଚୁ ଛନ୍ତି। ଭଣ୍ଡୁଆ ବାବା ଙ୍କ ପ୍ରେମରେ ଏବେ ଭକ୍ତ ମାନେ ଉବୁଟୁବୁ ହେବାରେ ଲାଗିଛନ୍ତି।
Special Report
ସାରଥୀ ବାବାଙ୍କ ଜନ୍ମଦିନ କୁ ଖୁବ୍ ଧୁମଧାମ ରେ ମଧ୍ୟ ତାଙ୍କର ଭକ୍ତ ମାନେ ପାଳନ କରିଛନ୍ତି। କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ପଞ୍ଚାୟତ ର ହରିଦାସ ପୂର ଗ୍ରାମରେ ଏଭଳି କିଛି ଘଟିଛି।
ସେଠାକାର ସାରଥୀ ସମିତି ରେ ସାରଥୀ ବାବାଙ୍କ ଜନ୍ମୋତ୍ସବ ଖୁବ୍ ଧୁମଧାମ ରେ ପାଳନ ମଧ୍ୟ କରାଯାଇ ଥିଲା। ଏହି ଜନ୍ମୋତ୍ସବ ରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରୁ ଶତାଧିକ ସାରଥୀ ବାବାଙ୍କ ଭକ୍ତ ମଧ୍ୟ ସାମିଲ ହୋଇଥିଲେ।
ଖୁବ୍ ଜୋରେ ସାଜସଜ୍ଜା ହେବା ସହ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ଯ ସୃଷ୍ଟି ହୋଇଥିଲା। ଆଉ ସାରଥୀ ବାବାଙ୍କ ଫଟୋ କୁ ମଧ୍ୟ ଖୁବ୍ ଭଲ ଭାବରେ ଫୁଲରେ ସଜା ଯାଇଥିଲା।
କେନ୍ଦ୍ରାପଡ଼ା ଜିଲ୍ଲାରେ ସାରଥୀ ବାବାଙ୍କ ପ୍ରବେଶ କୁ ନ୍ୟାୟାଳୟ ବାରଣ କରିଛନ୍ତି। ସେଠାରେ କିନ୍ତୁ ଏବେ ମଧ୍ୟ ସାରଥୀ ବାବାଙ୍କ ଅନୁପସ୍ଥିତି ରେ ଏବେ ମଧ୍ଯ ତାଙ୍କର ଭକ୍ତ ମାନେ ସାରଥୀ ବାବା ଙ୍କ ପୂଜାର୍ଚ୍ଚନା ଚାଲିଛି।
Special Report
ଏହି ଜନ୍ମ ଦିବସରେ ସୂର୍ଯ୍ୟପୂଜା, ଗୋ ପୁଜା ଓ ବ୍ରାହ୍ମଣ ମାନଙ୍କୁ ଅନ୍ନ ବସ୍ତ୍ର ମଧ୍ଯ ଦାନ କରାଯାଇ ଥିଲା। ସେଠାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ର ବ୍ୟବସ୍ଥା ମଧ୍ୟ କରାଯାଇ ଥିଲା।
ଏଥିରେ ସାରଥୀ ବାବାଙ୍କ ଭକ୍ତ ମାନେ ହିଁ ପରିଚାଳନା କରିଥିଲେ। ଏହା ଏବେ ଚର୍ଚ୍ଚା ହେବାରେ ଲାଗିଛି କି ସାରଥୀ ବାବାଙ୍କୁ ନେଇ ଏବେ ମଧ୍ୟ ଲୋକ ମାନଙ୍କ ମନରେ ଏବେ ମଧ୍ଯ ଅନ୍ଧ ବିଶ୍ଵାସ ଜାରୀ ରହିଛି।
ଗୋଟେ ପଟେ ନ୍ୟାୟାଳୟ ତାଙ୍କ ଉପରେ ରୋକ ଲଗାଇ ଥିବା ବେଳେ ଭକ୍ତ ମାନଙ୍କ ଅନ୍ଧ ବିଶ୍ବାସ ଏବେ ମଧ୍ୟ ଜାରୀ ରହିଛି। ଏହାକୁ ନେଇ ଏବେ ମଧ୍ୟ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣଙ୍କୁ ଏହାକୁ ନେଇ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button