ଖେଳ ଖବର

ଆଇପିଏଲ : ହାଇଦ୍ରାବାଦ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ – Kalinga News

[ad_1]

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲର ୪୧ ତମ ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।

ଏହି ମ୍ୟାଚରେ ବେଙ୍ଗାଲୁରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ବିରାଟ କୋହଲି ଓ ଫାଫ୍ ଡୁପ୍ଲେସିସ୍ ସତର୍କତାର ସହ ଖେଳି ନିଜ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଡୁପ୍ଲେସିସ୍ ୨୫ ରନ ଓ ବିରାଟ ୫୧ ରନ କରି ଆଉଟ ହୋଇଥିଲେ । ସେହିପରି ରଜତ ପଟିଦାର ୫୦ ରନ ଓ କାମେରନ ଗ୍ରୀନ ୩୭ ରନ କରିଥିଲେ । ଦିନେଶ କାର୍ତ୍ତିକ ୧୧ ରନ, ସ୍ବପ୍ନିଳ ସିଂ ୧୨ ରନ ଓ ମହପାଳ ଲାମରୋର ୭ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୦୬ ରନ କରିଥିଲା ।  ହାଇଦ୍ରାବାଦ ପକ୍ଷରୁ ଜୟଦେବ ଉନାଡକଟ ୩ଟି ଓ୍ବିକେଟ ନେଇଥିବାବେଳେ ଟି.ନଟରାଜନ ୨ଟି ଓ୍ବିକେଟ ନେଇଥିଲେ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button