ଶେଷଦିନ ସୁଦ୍ଧା ପାରଳାରେ ୧୧ ଓ ମୋହନାରେ ୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ – Kalinga News

[ad_1]
ପାରଳାଖେମୁଣ୍ଡି: ଦେଶର ୪ର୍ଥ ତଥା ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଥିବା ନାମାଙ୍କନ ପ୍ରକ୍ରିୟା ଆଜି ଶେଷ ହୋଇଛି । ଶୁକ୍ରବାର ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବା ବେଳେ ୨୯ ତାରିଖ ଦିନ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ତେବେ ଶେଷ ଦିନରେ ଗଜପତି ଜିଲ୍ଲାରେ ଥିବା ଉଭୟ ମୋହନା ଏବଂ ପାରଳାଖେମୁଣ୍ଡି ଆସନ ପାଇଁ ୯ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନର ଶେଷଦିନ ସୁଦ୍ଧା ପାରଳାଖେମୁଣ୍ଡି ଆସନରେ ମୋଟ ୧୧ଜଣ ନାମାଙ୍କନ ଦାଖଲ କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ସ୍ବାଧୀନ ଭାବେ ଆମୋଦ କୁମାର ପ୍ରଧାନ, ବିଜେଡିରୁ ରୂପେଶ ପାଣିଗ୍ରାହୀ, କଂଗ୍ରେସରୁ ବିଜୟ କୁମାର ପଟ୍ଟନାୟକ, ବିଜେପିରୁ କେ.ନାରାୟଣ ରାଓ, ଏଆଇଏଫ୍ବିରୁ ପି.ମୂରଲିକ୍ରିଷ୍ଣା, ସ୍ବାଧୀନ ଭାବେ ବିକାଶ ଚନ୍ଦ୍ର ସିଂ, ଆପ୍ରୁ ମନୋଜ କୁମାର ବଡ଼ନାୟକ, ସ୍ବାଧୀନ ଭାବେ ପ୍ରବ୍ରିନ୍ଦ୍ରସିଂ ଓ ନ୍ୟାସନାଲ ଆପନା ପାର୍ଟିରୁ ପ୍ରୀତିଲତା ପଟ୍ଟନାୟକଙ୍କ ନାମାଙ୍କନ ଦାଖଲ କରିଥିବା ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ପାରଳାଖେମୁଣ୍ଡି ଆସନ ପାଇଁ ବିଜେପିରୁ କେ.ନାରାୟଣ ରାଓ ତାଙ୍କ ଦ୍ବିତୀୟ ସେଟ ନାମାଙ୍କନ ଦାଖଲ କରିଥିବା ବେଳେ ଆମ ଆଦମୀ ପାର୍ଟିରୁ ମନୋଜ ବଡନାୟକ, ସ୍ବାଧୀନ ପ୍ରାର୍ଥୀ ଭାବେ ସଞ୍ଜୟ ରାଉତ ଏବଂ ନ୍ୟାସନାଲ ଆପନି ପାର୍ଟିରୁ ପ୍ରୀତିଲତା ପଟ୍ଟନାୟକ, ସ୍ବାଧୀନ ପ୍ରାର୍ଥୀ ଭାବେ ବିଦ୍ୟାଧର ମହାଙ୍କୁଡ, ପ୍ରବିନ୍ଦ୍ର ସିଂ ପ୍ରମୁଖ ୬ଜଣ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଛନ୍ତି।
ସେହିପରି ମୋହନା ଆସନରେ ମୋଟ ୮ ଜଣ ନାମାଙ୍କନ ଦାଖଲ କରିଛନ୍ତି। ବିଜେଡିରୁ ଅନ୍ତର୍ଯାମୀ ଗମାଙ୍ଗ, କଂଗ୍ରେସରୁ ଦାଶରଥି ଗମାଙ୍ଗ, ବିଜେପିରୁ ପ୍ରଶାନ୍ତ ମଲ୍ଲିକ, ସ୍ବାଧୀନ ଭାବେ ଦଣ୍ଡାସୀ ଖଣ୍ଡୁଆଳ, ମଞ୍ଜେସ ଦଳବେହେରା, ରୁବେନ ମଣ୍ଡଳ, ପୂର୍ଣ୍ଣଚନ୍ଦ୍ର ଗମାଙ୍ଗ ଓ ମାନସ ଲୋକଶକ୍ତି ଦଳରୁ ଜୋହନ ମଲ୍ଲିକଙ୍କ ନାମାଙ୍କନ ଦାଖଲ ହୋଇଛି। ଆଜି ମୋହନା ଆସନ ପାଇଁ ସ୍ବାଧୀନ ଭାବେ ରୁବେନ ମଣ୍ଡଳ, ପୂର୍ଣ୍ଣଚନ୍ଦ୍ର ଗମାଙ୍ଗ, ଜହନ ମଲ୍ଲିକ ଆଦି ୩ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି। ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ମୋଟ ୧୯ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ପରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।
[ad_2]