ରାଜନୀତି

ଯାଜପୁରରେ ଦଳଡିଅଁା ରାଜନୀତି: ଚର୍ଚ୍ଚାରେ ଦେବାଶିଷ, ଆକାଶ, ରାଜନାରାୟଣ – Kalinga News

[ad_1]

ଯାଜପୁର : ନେତାଙ୍କ ଦଳଡିଆଁ ପାଇଁ ଯାଜପୁର ଜିଲ୍ଲା ରାଜନୀତି ରୋଚକ ହେବାରେ ଲାଗିଛି। ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅନ୍ୟଦଳକୁ ଲମ୍ଫ ମାରିଥିବା ନେତାଙ୍କ ମଧ୍ୟରୁ ଏବେ ଚର୍ଚ୍ଚାରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଓ ପୂର୍ବତନ ବିଧାୟକ ଆକାଶଦାସ ନାୟକ। ସେହିପରି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ମହାପାତ୍ର ଦଳରୁ ଇସ୍ତଫା ଦେବାପରଠୁ ଚର୍ଚ୍ଚାରେ ରହିଛନ୍ତି। କୋରେଇର ପୂର୍ବତନ ବିଧାୟକ ତଥା ମୋ କଲେଜ ଅଧ୍ୟକ୍ଷ ଆକାଶଦାସ ନାୟକ ଗତକାଲି ବିଜେଡିରୁ ଇସ୍ତଫା ଦେବାପରେ ଆଜି ବିଜେପିରେ ଯୋଗଦେଇଛନ୍ତି। ସେ କୋରେଇରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆକାଶଙ୍କ ପୂର୍ବରୁ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇସାରିଛନ୍ତି। ସେ ମଧ୍ୟ ବରୀରୁ ଟିକେଟ ପାଇବା ସ୍ପଷ୍ଟ ବୋଲି କୁହାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button