ରାଜନୀତି

ଜୟପୁରରେ ବିଜେପି ଚେହେରା କିଏ? – Kalinga News

[ad_1]

ଜୟପୁର: ୨୦୨୪ ନିର୍ବାଚନରେ ଜୟପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କିଏ ହେବ ତାକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ଟିକେଟ୍ ଲବିରେ ନୂଆ, ପୁରୁଣାକୁ ମିଶାଇ ୩ ଆଶାୟୀ ରହିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ସାମନ୍ତରାୟ, ସୁଧାଂଶୁ ଜେନା, ନୂଆ ମୁହଁ ହିମାଂଶୁ ମହାପାତ୍ରଙ୍କ ନାଁ ଚର୍ଚ୍ଚାରେ ରହିଛି। ସାଧାରଣ ବର୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ନିର୍ବାଚନ ମଣ୍ଡଳୀରେ କେବେ ବି ବିଜେପି ପ୍ରାର୍ଥୀ ବିଜୟୀ ହୋଇନାହାନ୍ତି। ୨୦୦୯ ନିର୍ବାଚନରେ କଂଗ୍ରେସ ଟିକେଟରୁ ବଞ୍ଚିତ ହେବାପରେ ତାରାପ୍ରସାଦ ବାହିନୀପତି ବିଜେପି ଟିକେଟ୍‌ରେ ଲଢ଼ିଥିଲେ। ବିଜେଡି ପ୍ରାର୍ଥୀ ରବି ନନ୍ଦଙ୍କୁ କଡ଼ା ଟକ୍କର ଦେଇ ୪୮୧୮୮ ଭୋଟ ପାଇ ବିଜେପିକୁ ଦ୍ବିତୀୟ ସ୍ଥାନରେ ରଖିଥିଲେ। ୨୦୧୪ରେ ଭୃଗୁ ବକ୍ସିପାତ୍ର ଏବଂ ୨୦୧୯ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଗୌତମ ସାମନ୍ତରାୟ। ତେବେ ଉଭୟ ଥର ନିର୍ବାଚନରେ ଦଳ ତୃତୀୟ ସ୍ଥାନ​ରେ ରହିଥିଲା। ୨୦୧୯ରେ ମୋଦୀ ଜୟପୁରରେ ନିର୍ବାଚନୀ ସଭା କରିବା ସତ୍ତ୍ବେ ଦଳ ତୃତୀୟ ସ୍ଥାନରେ ରହିଥିଲା ଏବଂ ମିଳିଥିଲା ୩୩୮୦୫ ଭୋଟ।

ଆଗାମୀ ନିର୍ବାଚନକୁ ବିଜେପି ଅଧିକ ଫୋକସ୍ କରୁଥିବା ବେଳେ ଜୟପୁର ଆସନରେ ବିଜେପିର ଚେହେରା କିଏ ହେବ? ଦଳ କାହାକୁ ଟିକେଟ୍ ଦେବ ତାକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଗୌତମ ସାମନ୍ତରାୟ ପ୍ରମୁଖ ଦାବିଦାର ଥିବା ବେଳେ ପୂର୍ବରୁ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ସହ ଜଡ଼ିତ ଏବଂ ୨୦୦୦ ମସିହାରୁ ବିଜେପିର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ସୁଧାଂଶୁ ଜେନା ନିଜ ଲବିକୁ ଜୋରଦାର୍ କରିଛନ୍ତି। ସେହିପରି ନୂତନ ଭାବେ ବିଜେପିରେ ଯୋଗ ଦେଇଥିବା ହିମାଂଶୁ ମହାପାତ୍ର ମଧ୍ୟ ବିଜେପି ଟିକେଟ୍ ପାଇଁ ଆଶାୟୀ ଅଛନ୍ତି। ଜୟପୁର ପୌରାଞ୍ଚଳ ସହ ଗ୍ରାମାଞ୍ଚଳରେ ହିମାଂଶୁଙ୍କ ସୁଦୃଢ଼ ସଂଗଠନ ରହିଛି। କଂଗ୍ରେସ ଓ ବିଜେଡିର ଦୁଇ ଟାଣୁଆ ନେତାଙ୍କୁ ମାତ୍ ଦେବାକୁ ବିଜେପି କାହାକୁ ପ୍ରାର୍ଥୀ କରି ନିଜ ସପକ୍ଷରେ ଭୋଟ ଟାଣିବ ତାହା ଦେଖିବାର କଥା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button