ରାଜ୍ୟ

ବିଶ୍ୱ ପୁସ୍ତକ ଦିବସ ୨୦୨୪ – Kalinga News

[ad_1]

ବିଶ୍ୱ ପୁସ୍ତକ ଦିବସ ୨୦୨୪ । ଗତକାଲି ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ର “ସାହିତ୍ୟ ସିନ୍ଦୁରା “ପ୍ରାୟୋଜିତ ପରିଡା ପାଠାଗାର ଆନୁକୂଲ୍ୟରେ ବିଶ୍ୱ ପୁସ୍ତକ ଦିବସ ଆଲୋଚନା ଚକ୍ର ପାଳନ ହୋଇଯାଇଛି ।

ବାଲୁଗାଁ(କେନ୍ୟୁଜ): ବିଶ୍ୱ ପୁସ୍ତକ ଦିବସ ୨୦୨୪ । ଗତକାଲି ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ର “ସାହିତ୍ୟ ସିନ୍ଦୁରା “ପ୍ରାୟୋଜିତ ପରିଡା ପାଠାଗାର ଆନୁକୂଲ୍ୟରେ ବିଶ୍ୱ ପୁସ୍ତକ ଦିବସ ଆଲୋଚନା ଚକ୍ର ପାଳନ ହୋଇଯାଇଛି । ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ପରେ ମା’ ଭଗବତୀ ଓ ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ ଅତିଥି ଗଣ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଚନ୍ଦ୍ର ଶେଖର ଦାଶ, ଅବସରପ୍ରାପ୍ତ ଅଧ୍ୟାପକ କୁହୁଡି କଲେଜ, ମୁଖ୍ୟବକ୍ତା ପ୍ରଫେସର ଶଶାଙ୍କ ଚୂଡ଼ାମଣି ବିଶ୍ଵମୁକ୍ତି ତଥା ପ୍ରତିଷ୍ଠାତା ସଦସ୍ୟ କିସ ବିଶ୍ୱବିଦ୍ୟାଳୟ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଦାସ ଅଧ୍ୟାପକ କେଶପୁର କଲେଜରୁ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା, ଗଞ୍ଜାମ, ଓ ପୁରୀ ଅଞ୍ଚଳରୁ କବି, କବିୟତ୍ରୀ, ଲେଖକ, ଲେଖିକା ମାନେ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ । ଆଜିର ସମାଜରେ ବିଭିନ୍ନ ପୁସ୍ତକ ପଢିବା ପାଇଁ ଯୁବ ପିଢ଼ି ମାନଙ୍କର ଆଗ୍ରହ କମି ଯାଉଛି ଓ ମୋବାଇଲ ପ୍ରତି ଆଗ୍ରହ ବଢ଼ି ବ୍ୟତିକ୍ରମ ହୋଇଯାଇଛି, ଏହା ଯୋଗୁଁ ବିଭିନ୍ନ ଜାଗାରେ ଯୁବକ ଯୁବତୀ ମାନେ ପୁନର୍ବାର ପୂର୍ବପରି ପୁସ୍ତକକୁ ଭଲ ପାଇ ପାଠ ପଢିବା ପାଇଁ ଆଗ୍ରହ କରିପାରିବେ ସେ ଦିଗରେ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତି ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button