କାହିଁକି ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ ; ଏତିକି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ
କଟକ:ନିର୍ବାଚନ ପୂର୍ବରୁ ବିଧାୟକ ମହମ୍ମଦ ମୋକିମକୁ ଲାଗିଲା ଶକ୍ତ ଝଟକା । ବାରବାଟୀ କଟକ ବିଧାନସଭା ନିର୍ବାଚନୀ ମାମଲାକୁ ନେଇ ହାଇକର୍ଟୋର ରାୟ । ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ଫଳରେ ରାଜ୍ୟ ରାଜନିତୀରେ ସୃଷ୍ଟି ହୋଇଛି ରୀଜନୈତିକ ଝଡ । ତେବେ ନୋମିନେସନ ଦାଖଲ ବେଳେ ମୋକିମ ସଠିକ ତଥ୍ୟ ଦେଇନଥିବା କୋର୍ଟରେ ପ୍ରମାଣିତ ହୋଇଛି । ଏହା ବ୍ୟତୀତ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ବାବଦୀୟ ସମ୍ପୂର୍ଣ୍ଣ ତଥ୍ୟ ସେ ରିଟର୍ନିଙ୍ଗ ଅଫିସରଙ୍କ ପାଖରେ ଦାଖଲ କରିନଥିଲେ । ସେ ସବୁକୁ ସଠିକ ଭାବେ ରିଟର୍ଣ୍ଣିଂ ଅଫିସର ଯାଞ୍ଚ କରିନଥିବା ମଧ୍ୟ ପ୍ରମାଣିତ ହୋଇଛି। ଯାହାକୁ ଆଧାର କରି ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କଟକ- ବାରବାଟୀ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାର ଗୁରୁତ୍ୱ ନଥିବା ଦର୍ଶାଇ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ । ଏହା ବ୍ୟତୀତ ଆବେଦନକାରୀଙ୍କୁ ୫ ହଜାର ଟଙ୍କା ଜୋରିମାନା ଦେବାକୁ ହାଇକୋର୍ଟ ନିଦ୍ଦେର୍ଶ ଦେଇଥିଲେ । କିନ୍ତୁ ଗତ ନିର୍ବାଚନକୁ ନେଇ ହାଇକୋର୍ଟରେ କିଛି ଦିନ ହେବ ଏକ ମାମଲା ବିଚାରାଧୀନ ଥିଲା । ଯାହାର ଶୁଣାଣି କରିଛନ୍ତି ହାଇକୋର୍ଟ । ତେବେ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ରେ ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ । ସେ କହିଥିଲେ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ ଦାଖଲ କରିଛନ୍ତି । ଏହି ମାମଲାର ଗୁରୁତ୍ୱ ନଥିବା ଦର୍ଶାଇ କଟକ-ବାରବାଟୀ ବିଧାୟକ ମାମଲାକୁ ଖାରଜ କରିବାକୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । କିନ୍ତୁ ହାଇକୋର୍ଟ ମୋକିମଙ୍କ ଏହି ଏହି ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ମୋକିମ ଆବେଦନ କରିଥିଲେ । ମୋକିମଙ୍କ ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ । ଫଳରେ ବିଧାୟକ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।