ରାଜନୀତି

ସୁରତରେ ରାଜନୈତିକ ହଟଚମଟ: ବିଜେପିରେ ଯୋଗ ଦେଇପାରନ୍ତି କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ଭାନି – Kalinga News

[ad_1]

ଅହମ୍ମଦାବାଦ: ସୁରତରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହେବା ଓ ଅନ୍ୟ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିବା ପରେ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିଛନ୍ତି। ଏହ ସତ୍ତ୍ବେ ସୁରତର ରାଜନୈତିକ ହଟଚମଟ ଥମିବାର ନାମ ନେଉନାହିଁ। ନମାଙ୍କନପତ୍ର ନାକଚ ହୋଇଯାଇଥିବା କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବାନି ସଂପ୍ରତି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ‌ଜୋର ଧରିଛି।

ଦୁଇ ଦିନ ପୂର୍ବେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲଙ୍କୁ ବିଜିତ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ଏହାପରଠାରୁ ନୀଲେଶ ନିର୍ବାଚନ ମୈଦାନରୁ ସମ୍ପୂର୍ଣ୍ଣ ଭାବେ ଉଭେଇ ଯାଇଛନ୍ତି। ଏପରିକି ତାଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ବନ୍ଦ ରହିଛି। ବର୍ତ୍ତମାନ କଂଗ୍ରେସର ପ୍ରଚାର କାର୍ଯ୍ୟକ୍ରମରୁ ସମ୍ପୂର୍ଣ୍ଣ ଉଭେଇଯିବା ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ, କିନ୍ତୁ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋରଧରିଛି। ଆଜି ସ୍ଥାନୀୟ କଂଗ୍ରେସ କର୍ମୀମାନେ ନୀଲେଶଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁଲିସ ମଧ୍ୟ ତ୍ବରିତ ପଦକ୍ଷେପ ନେଇ ବିକ୍ଷୋଭକାରୀଙ୍କୁ ଗିରଫ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button