ରାଜନୀତି

ଆଠମଲ୍ଲିକରୁ ରମେଶ ଆଉଟ୍‌: ନଳିନୀଙ୍କ ନେତୃତ୍ବରେ ଲଢ଼ିବ ବିଜେଡି – Kalinga News

[ad_1]

ବାକି ଆସନରେ ଅଦଳବଦଳ ସମ୍ଭାବନା କମ୍‌

ଅନୁଗୁଳ: ଯାହା ଅନୁମାନ କରାଯାଉଥିଲା, ସେୟା ହେଲା। ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଏଥର ବିଧାୟକ ରମେଶ ସାଏଙ୍କୁ ଆଉ ବିଜେଡି ଟିକେଟ୍ ମିଳିବନି। ତାଙ୍କ ବଦଳରେ ପ୍ରାର୍ଥୀ ହେବେ ନଳିନୀ ପ୍ରଧାନ। ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଏହି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଜି ନବୀନ ନିବ‌ାସରେ ସମୀକ୍ଷା ବେଳେ ଏଠାରୁ ଏମିତି ସଙ୍କେତ ଆସିଛି। ରବିବାର ସକାଳେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା କ୍ଷେତ୍ରର ସାଂଗଠନିକ ସ୍ଥିତି ନେଇ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ। ବୈଠକକୁ ସମ୍ବଲପୁର ସଂସଦୀୟ କ୍ଷେତ୍ରର ସମସ୍ତ ବିଜେଡି ବିଧାୟକଙ୍କୁ ଡକାଯାଇଥିଲେ ମଧ୍ୟ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କୁ ଡକରା ଆସି ନଥିଲା। ଏପଟେ ଦଳର ବରିଷ୍ଠ ‌ନେତା ନଳିନୀ ପ୍ରଧାନ ବୈଠକରେ ସାମିଲ ହୋଇଥିଲେ। ବିଧାୟକଙ୍କୁ ନ ଡାକି ନଳିନୀ ପ୍ରଧାନଙ୍କୁ ନେଇ ଦଳର ସୁପ୍ରିମୋ ସ୍ଥିତି ସମୀକ୍ଷା କରିଥିବାରୁ ରମେଶଙ୍କ ଉପରୁ ସେ ଭରସା ହରାଇଥିବା ସ୍ପଷ୍ଟ ହୋଇଯାଇଛି। ଏପଟେ ‌କ୍ଷେତ୍ରକୁ ଯାଇ ପ୍ରସ୍ତୁତି ଆରମ୍ଭ କରିଦେବାକୁ ନଳିନୀଙ୍କୁ ଇଙ୍ଗିତ ଦେଇଛି ଦଳ। ତେଣୁ ଆଠମଲ୍ଲିକ ଆସନରେ ବିଜେଡି ପ୍ରାର୍ଥୀ ବଦଳିବା ନିଶ୍ଚିତ ହୋଇଯାଇଛି। ପ୍ରାୟ ଦେଢ଼ ବର୍ଷ ହେଲାଣି ରମେଶଙ୍କୁ ଦଳରେ କୋଣଠେସା କରି ରଖାଯାଇଥିବାରୁ ତାଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା ହେଉଥିଲା। ଆଜିର ବୈଠକ ପରେ ଏହା ସ୍ପଷ୍ଟ ହୋଇଯାଇଛି।

ସମ୍ବଲପୁର ଲୋକସଭା କ୍ଷେତ୍ରରୁ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶ ଲଢ଼ିବା ନେଇ ଆଜି ବୈଠକରେ ନିଷ୍ପତ୍ତି ହୋଇଥିବାରୁ ଏହା ଅଧୀନରେ ଆସୁଥିବା ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ସଂଗଠନକୁ ଦଳ ଗୁରୁତ୍ବ ଦେଉଛି। ଗତ ନିର୍ବାଚନରେ ଏଠାରୁ ବିଜେଡିର ସାଂସଦ ପ୍ରାର୍ଥୀ ଅପେକ୍ଷାକୃତ କମ୍‌ ଭୋଟ୍‌ ପାଇଥିବାରୁ ଏହା ଉପରେ ସବିଶେଷ ଆଲୋଚନା ହୋଇଛି। ତେବେ ଏଠାରେ ବିଧାୟକ ପ୍ରାର୍ଥୀ ବଦଳାଇ ରିସ୍କ ନେବାକୁ ଚାହୁନି ଦଳ। ଗତ ଦୁଇ ବିଧାନସଭା ନିର୍ବାଚନରେ ଜିତିଥିବା ବିଜେଡି ନେତା ସୁଶାନ୍ତ ବେ‌ହେରା ଏଥର ତୃତୀୟ ଥର ପାଇଁ ଟିକେଟ ପାଉଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି। ସଂଗଠନ ପାଇଁ ଅଧିକ କାମ କରିବା ସହ ଭୋଟ ହାର ବଢ଼ାଇବା ପାଇଁ ଦଳ ତାଙ୍କୁ ଦାୟିତ୍ବ ଦେଇଛି। ଏପଟେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୁଳ ଜିଲ୍ଲାର ଅନ୍ୟ ୩ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ବଦଳିବା ସମ୍ଭାବନା କମ୍‌। ସମ୍ବଲପୁର ପରେ ଢେଙ୍କାନାଳ ଲୋକସଭା କ୍ଷେତ୍ରର ସଂଗଠନ ନେଇ ଆଲୋଚନା କରାଯାଇଥିଲାବେଳେ ଏଥିରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜକିଶୋର ମହାରଣା ଓ ପାଳଲହଡ଼ା ବିଧାୟକ ମୁକେଶ ପାଳ ଉପସ୍ଥିତ ଥିଲେ। ଢେଙ୍କାନାଳ ସାଂସଦ ମହେଶ ସାହୁ ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ଗୋଟିଏ ପରେ ଗୋଟିଏ ବିଧାନସଭା କ୍ଷେତ୍ର ପାଇଁ ଏଥିରେ ଆଲୋଚନା କରାଯାଇଥିଲା। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ପୁଣି ଥରେ ଟିକେଟ ଦେବାକୁ ସୁପ୍ରିମୋ ଇଙ୍ଗିତ ଦେଇଥିଲାବେଳେ ପାଳଲହଡ଼ାରେ ମୁକେଶ ପାଳଙ୍କୁ ବଦଳାଇବା ସମ୍ଭାବନା କମ୍‌। ସେହିପରି ସଂଗଠନ କାମ ଜାରି ରଖିବାକୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଦଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button