ମୁମ୍ବାଇ ବିମାନବନ୍ଦରରେ ନୁଡୁଲ୍ସ ପ୍ୟାକେଟ୍ରୁ ମିଳିଲା ହୀରା, ଅଭିଯୁକ୍ତ ଗିରଫ – Kalinga News

[ad_1]
ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ନୁଡୁଲ୍ସ ପ୍ୟାକେଟ୍ରୁ ହୀରା ମିଳିଛି। ତେବେ ସେହି ନୁଡୁଲ୍ସ ନେଇ ଯାଉଥିବା ଯାତ୍ରୀଙ୍କୁ ଗିରଫ କରାଯାଇଛି। ମୁମ୍ବାଇରୁ ବ୍ୟାଙ୍କକକୁ ଯାଉଥିବା ଜଣେ ବ୍ୟକ୍ତି ନୁଡୁଲ୍ସ ପ୍ୟାକେଟରେ ହୀରା ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ନୁଡଲ୍ସ ପ୍ୟାକେଟରୁ ବାହାରିଲା କୋଟି କୋଟି ଟଙ୍କାର ହୀରା ଓ ସୁନା । ମୁମ୍ବାଇ ଛତ୍ରପତୀ ଶିବାଜୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଜବତ କରିଛି ମୁମ୍ବାଇ କଷ୍ଟମ୍ ବିଭାଗ । ଜଣେ ବ୍ୟକ୍ତିଙ୍କ ବ୍ୟାଗରୁ ନୁଡଲ୍ସ ପ୍ୟାକେଟରେ ୨ କୋଟିରୁ ଅଧିକ ଟଙ୍କାର ହୀରା ଜବତ କରାଯାଇଛି । ସେହିପରି ୬ କେଜି ୮ ଶହ ଗ୍ରାମର ସୁନା ଜବତ ହୋଇଛି । ମୋଟ ୬ କୋଟି ୪୬ ଲକ୍ଷ କୋଟି ଟଙ୍କାର ହୀରା ଓ ସୁନା ଜବତ କରିଛି କଷ୍ଟମ୍ ବିଭାଗ । ଏହି ମାମଲାରେ କଷ୍ଟମ୍ ବିଭାଗ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ମୁମ୍ବାଇରୁ ବ୍ୟାଙ୍କକକୁ ଯାତ୍ରା କରୁଥିବା ଜଣେ ଭାରତୀୟ ନାଗରିକଙ୍କୁ ଅଟକାଇ ତାଙ୍କ ଟ୍ରଲି ବ୍ୟାଗ ଭିତରେ ନୁଡୁଲ୍ସ ପ୍ୟାକେଟରେ ଲୁଚି ରହିଥିବା ହୀରାକୁ ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳିଥିଲା। ପରେ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି।
କଲମ୍ବୋରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଜଣେ ବିଦେଶୀ ନାଗରିକ ସୁନା ବାର ଏବଂ କଟା ଖଣ୍ଡ ନେଇ ଯାଉଥିବା ବେଳେ ଏହାର ଓଜନ ୩୨୧ ଗ୍ରାମ ଥିଲା, ଯାହାକୁ ସେ ନିଜ ଅନ୍ତବସ୍ତ୍ର ଭିତରେ ଲୁଚାଇ ରଖିଥିଲେ।
[ad_2]