ଅପରାଧ

ବିବାହ ପରେ ବାପଘରକୁ ବୁଲିବାକୁ ଆସିଥିବା ପ୍ରେମିକାଙ୍କୁ ହତ୍ୟା କଲେ ମ୍ୟାନେଜର – Kalinga News

[ad_1]

ନୂଆଦିଲ୍ଲୀ: ଛାଡ଼ଖଣ୍ଡର କୋଇଲାଅଞ୍ଚଳସ୍ଥିତ ଧନବାଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଶ୍ରୀରାମ ପ୍ଲାଜାର ଟାଟା ମ୍ୟୁଚିଆଲ ଫଣ୍ଡର କାର୍ଯ୍ୟାଳୟରେ ମ୍ୟାନେଜରର କାମ କରୁଥିବା ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଟାଟା ମ୍ୟୁଚିଆଲ ଫଣ୍ଡର କାର୍ଯ୍ୟାଳୟର ମ୍ୟାନେଜର ନୀରଜ ଆନନ୍ଦ ଓ କମ୍ପ୍ୟୁଟର ଅପରେଟର ନିଶା କୁମାରୀଙ୍କ ମଧ୍ୟ‌ରେ ଅନେକ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା। ତେବେ ନିଶାଙ୍କ ଉପରେ ଚାପ ପକାଇ ତାଙ୍କ ପରିବାରଲୋକ ଝିଅଙ୍କ ଅନ୍ୟତ୍ର ବିବାହ କରାଇ ଦେଇଥିଲେ। ଏହାପରେ ନିଶା ଅଫିସ ଆସିବା ବନ୍ଦ କରି ଦେଇଥି‌ଲେ।

ନିଶା ନୀରଜଙ୍କୁ ବିବାହ କରିବାକୁ ରାଜି ଥିଲେ। କିନ୍ତୁ ପରିବାର ଚାପରେ ସେ ନୀରଜଙ୍କୁ ବିବାହ ପାଇଁ ମନା କରିଦେଇଥିଲେ। ଏହାପରେ ପରିବାରଲୋକଙ୍କ ଜିଦରେ ସେ ବିବାହ କରି ଶାଶୁଘରକୁ ଚାଲି ଯାଇଥିଲେ।

ନିଶା କୁମାରୀଙ୍କ ବାପା ଦୀପକ ଭଗତ କହିଛନ୍ତି, ‘ମୋ ଝିଅ କିଛିମାସ ହେବ ଘରକୁ ଆସିଥିଲା। ତାର ଜଣେ ସାଙ୍ଗଙ୍କ ବିବାହ ଥିବାରୁ କିଣାକିଣି ପାଇଁ ବଜାରକୁ ଯାଇଥିଲା। ବିଳମ୍ବିତ ରାତି ହୋଇଯାଇଥିଲେ ସୁଦ୍ଧା ନିଶା ଆଉ ଘରକୁ ଫେରି ନଥିଲା। ଏହାପରେ ଆମେ ବ୍ୟାଙ୍କମୋଡ ଥାନାରେ ଝିଅ ନିଖୋଜର ଅଭିଯୋଗ କରିଥିଲୁ।’

ଏହି ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ନିଶାଙ୍କ ବାପାଙ୍କ ଅଭିଯୋଗର ଗୋଟିଏ ଦିନ ପରେ ଟାଟା ମ୍ୟୁଚିଆଲ ଫଣ୍ଡ କାର୍ଯ୍ୟାଳୟରୁ ନିଶାଙ୍କ ମୃତଦେହ ମିଳିଥିଲା। ଏହି ଘଟଣାରେ ମ୍ୟାନେଜର ନୀରଜଙ୍କୁ ପୁଲିସ ଗିରଫ କରିଥିଲା। ନୀରଜ ବି ପୁଲିସ ସମ୍ମୁଖରେ ନିଜର ଦୋଷ ସ୍ବୀକାର କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button