ଅପରାଧ

ଏସ୍‌ଟିଏଫ୍ କବ୍‌ଜାରେ କୋଟିପତି ଗଞ୍ଜେଇ ମାଫିଆ: ୫୦ ଲକ୍ଷର ୫ ଦାମୀ କାର୍‌, ଦୁଇ ବାଇକ୍‌ ଜବତ – Kalinga News

[ad_1]

କନ୍ଧମାଳରୁ ଆଣି ଭୁବନେଶ୍ବରରେ କାରବାର, ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଚିଠି ଲେଖିବ ତଦନ୍ତକାରୀ ସଂସ୍ଥା

ଭୁବନେଶ୍ବର: କନ୍ଧମାଳରୁ ଗଞ୍ଜେଇ ଆଣି ଭୁବନେଶ୍ବର କରୁଥିଲେ ବେପାର। ୩ବର୍ଷ ମଧ୍ୟରେ ବନି ଯାଇଥିଲେ ଚୋରା ଗଞ୍ଜେଇ କାରବାରର ସୌଦାଗର। ଏଥିସହିତ କୋଟି କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ହୋଇଥିଲେ ଦୁଇ ଭାଇ। ଗତ ୧୧ ତାରିଖରେ ବଡ଼ଭାଇ ବିକ୍ରମ ଦିଗଲକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିଥିବା ବେଳେ ଗତକାଲି ସାନଭାଇ ସୌମ୍ୟ ଦିଗଲକୁ ତଦନ୍ତକାରୀ ସଂସ୍ଥା ଓ କନ୍ଧମାଳ ପୁଲିସ ଟିକାବାଲିରୁ କାବୁ କରିଛନ୍ତି। ତା’ଠାରୁ ୫୦ ଲକ୍ଷ ଟଙ୍କାର ୫ଟି ଦାମୀ କାର୍‌ ଓ ଦୁଇଟି ବାଇକ୍‌ ମଧ୍ୟ ଜବତ ହୋଇଛି।

ଦୁଇ ଭାଇ ଗଞ୍ଜେଇ ଚୋରା କାରବାର ପଛରେ ବଡ଼ କ୍ରାଇମ ସିଣ୍ଡିକେଟ ଚଳାଉଥିବା ଜାଣିବାକୁ ପାଇଛି ଏସ୍‌ଟିଏଫ୍। କନ୍ଧମାଳ, ବୌଦ୍ଧରୁ ଗଞ୍ଜେଇ ଆସୁଥିବାରୁ ନକ୍ସଲଙ୍କ ସହ ଲିଙ୍କ୍‌ ନେଇ ତଦନ୍ତକାରୀ ଟିମ୍ ଖୋଳତାଡ଼ କରୁଛି। ଗଞ୍ଜେଇ କାରବାରରୁ କୋଟି କୋଟିର ସମ୍ପତ୍ତି ଅର୍ଜନ କରିଥିବାରୁ ଦୁଇ ଭାଇଙ୍କ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଜବତ କରି ବାଜ୍ୟାପ୍ତି କରିବା ପାଇଁ କୋଲକାତାସ୍ଥିତ କମ୍ପିଟେଣ୍ଟ ଅଥରିଟିଙ୍କୁ ଚିଠି ଲେଖାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଏସ୍‌ପି କିଶୋର ଚନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତ ୧୧ ତାରିଖରେ ଦୁଇ ଭାଇ ଏକ କାର୍‌ରେ କନ୍ଧମାଳରୁ ଚୋରା ଗଞ୍ଜେଇ ଭୁବନେଶ୍ବର ଆଣୁଥିବା ବେଳେ ଏସ୍‌ଟିଏଫ୍ ଟିମ୍‌ ମାଡ଼ି ବସିଥିଲା। ବଡ଼ଭାଇ ବିକ୍ରମ ଗିରଫ ହୋଇଥିବା ବେଳେ ପୁଲିସକୁ ଚକ୍‌ମା ଦେଇ ସାନଭାଇ ଚମ୍ପଟ ମାରିଥିଲା। ୧୧ ଦିନ ଧରି ଫେରାର ରହିବା ପରେ ଶେଷରେ ଗତକାଲି ସୌମ୍ୟକୁ ପୁଲିସ ଗିରଫ କରିଛି। ଯଦିଓ ସେତେବେଳେ ଜବତ ଗଞ୍ଜେଇର ପରିମାଣ କମ୍‌ ଥିଲା ତଥାପି ତଦନ୍ତକାରୀ ଟିମ୍ ଏହାପଛରେ ଏକ ବଡ଼ କ୍ରାଇମ ସିଣ୍ଡିକେଟ କାମ କରୁଥିବା ସୁରାକ ପାଇଥିଲା। ଗିରଫ ବେଳେ ତା’ ଠାରୁ ୧୩ଟି ପାସ୍‌ବୁକ ଜବତ ହେବା ସହ ଗଞ୍ଜେଇ କାରବାରରୁ ମିଳୁଥିବା ଅର୍ଥରେ ସେ ଏକ ଟ୍ରାଭେଲ୍‌ ଏଜେନ୍ସି ଚଳାଉଥିବା ପୁଲିସ ଜାଣିବାକୁ ପାଇଥିଲା। ଯେଉଁଥିରେ ଅନେକ ଗାଡ଼ି ଲାଗିଥିଲା। ଦୁଇ ଭାଇ ଗଞ୍ଜେଇ କାରବାର ଟଙ୍କାକୁ ନିଜ କଳା ସାମ୍ରାଜ୍ୟରେ ବିନିଯୋଗ କରୁଥିଲେ। ଏ ଦିଗରେ ତଥ୍ୟ ହାସଲ ପାଇଁ ଆରଟିଓକୁ ଚିଠି ଲେଖାଯିବ ବୋଲି ଏସ୍‌ପି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କ ସହ ଏମାନଙ୍କର ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି। ଏମାନେ ପୁଲିସ ନଜରରୁ ବର୍ତ୍ତିବା ପାଇଁ ଟ୍ରକ୍‌ ବଦଳରେ ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ କରନ୍ତି। ଚାଲାଣ ବେଳେ ମହିଳାମାନଙ୍କୁ ନିୟୋଜିତ କରନ୍ତି। ଏମାନଙ୍କ ବିରୋଧରେ ଦଫା ୬୮ ଏନଡିପିଏସ ଆଇନ ଅନୁସାରେ ପଦକ୍ଷେପ ନିଆଯାଇଛି। ଗତ ୬ ବର୍ଷ ମଧ୍ୟରେ କେତେ ସମ୍ପତ୍ତିର ଅଧିକାରୀ ହୋଇଛନ୍ତି ତା’ର ମଧ୍ୟ ଅନୁଧ୍ୟାନ କରୁଛି ଟିମ୍। ପୂର୍ବରୁ ସୌମ୍ୟ ଫୁଲବାଣୀରେ ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ପୁଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ଚୋରା ନିଶା କାରବାରକୁ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ପକ୍ଷରୁ ଅଭିଯାନ ଜାରି ରହିଛି। ୨୦୨୦ ରୁ ଏସ୍‌ଟିଏଫ୍ ୧୨୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ନିଶା କାରବାର ଲିଙ୍କ୍‌ରେ ଏପର୍ଯ୍ୟନ୍ତ ୧୯୫ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button