ରାଜନୀତି

ଚର୍ଚ୍ଚାରେ ଇନ୍ଦିରାଙ୍କ ଭୋଟ ଭିକ୍ଷା: ‘ରାକ୍ଷୀ ବାନ୍ଧିଥିଲି ରଖିବ ମାନ’ – Kalinga News

[ad_1]

ଜୟପୁର: ଆପଣମାନେ ଏ ମାଟିର ପୁଅ। ମୁଁ ଏ ମାଟିର ବୋହୂ। ମାତୃଭୂମି ଭଳି ଜୟପୁରକୁ ଭଲ ପାଇ ୨୦ବର୍ଷ ହେଲା ସେବା କରୁଛି..। ଭାଇଭଉଣୀର ଅତୁଟ ସମ୍ପର୍କ ଭିତରେ ସବୁବେଳେ ରାକ୍ଷୀ ବାନ୍ଧି ଆସୁଛି। ଏବେ ଭଉଣୀର ଋଣ ଶୁଝିବାର ବେଳ ଆସିଛି। ରାକ୍ଷୀ ବାନ୍ଧିଥିଲି, ଭାଇ ଭଳି ମୋର ରଖିବ ମାନ…।

ଜୟପୁର ବିଧାନସଭା ଆସନରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ୁଥିବା ଡ. ଇନ୍ଦିରା ନନ୍ଦଙ୍କ ଏପରି ଭାବପୂର୍ଣ୍ଣ ଭୋଟ ନିବେଦନ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡି ୨୦୨୪ ନିର୍ବାଚନରେ ମହିଳା କାର୍ଡ ଖେଳି ପୂର୍ବତନ ବିଧାୟକ ରବି ନନ୍ଦଙ୍କ ବଦଳରେ ତାଙ୍କ ପତ୍ନୀ ଇନ୍ଦିରାଙ୍କୁ ପ୍ରାର୍ଥୀ କରିଛି। ଟିକେଟ ପାଇବା ପରେ ରବିବାର ବୋରିଗୁମ୍ମା ଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଇନ୍ଦିରା। ଉତ୍ସାହର ସହ ନେତା, କର୍ମୀଙ୍କୁ ଧରି ପ୍ରଥମ ଦିନର ପ୍ରଚାର କାର୍ଯ୍ୟକ୍ରମ ସାରିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି, ତୃଣମୂଳ ସ୍ତରରେ ହୋଇଥିବା ବିକାଶର ତାଲିକାକୁ ନିର୍ବାଚନରେ ମୁଦ୍ଦା କରିବେ ବୋଲି କହିଛନ୍ତି। ୧୦ବର୍ଷ ଧରି ଜୟପୁର ବିଜେଡି ହାତରେ ନଥିବାରୁ ବିକାଶ ବାଟବଣା ହୋଇଛି ବୋଲି କହିଛନ୍ତି ଇନ୍ଦିରା। ଆଶା ଅଛି ଜୟପୁରବାସୀ ଏଥର ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ସହ ଛିଡ଼ା ହେବେ। କଂଗ୍ରେସ ଜୟପୁର ଆସନରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ମଧ୍ୟ ପୁରୁଣା ମୁହଁ ଗୌତମ ସାମନ୍ତରାୟଙ୍କ ଉପରେ ଭରସା କରି ଟିକେଟ୍ ଦେଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button