ଖେଳ ଖବର

ଫିଲଡ ଅମ୍ପାୟାରଙ୍କ ସହ ଝଗଡା କରି ଫସିଲେ ବିରାଟ, ମିଳିଲା ଏହି ବଡ ଦଣ୍ଡ – Kalinga News

[ad_1]

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ୩୬ତମ ମ୍ୟାଚ୍‌ ରୋମାଞ୍ଚକର ହୋଇଥିଲା । ଏହି ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ କୋଲକାତା ୧ ରନ୍‌ରେ ପରାସ୍ତ କରିଥିଲା । ଏହି ପରାଜୟ ସହ ବେଙ୍ଗାଲୁରୁ ଟିମ୍‌ କ୍ରମାଗତ ୬ଷ୍ଠ ଥର ପାଇଁ ପରାଜିତ ହୋଇଥିଲା । ତେବେ ଏହି ଏହି ମ୍ୟାଚ ସମୟରେ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ତାହା ଥିଲା ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ରାଗ |

ଆଉଟ ହେବା ପରେ ସେ ରାଗି ଯାଇ ଫିଲଡ ଅମ୍ପାୟାରଙ୍କ ସହ ଝଗଡା କରିଥିବାରୁ ଏବେ ତାଙ୍କୁ ଦଣ୍ଡ ମିଳିଛି | ବିସିସିଆଇ କୋହଲିଙ୍କୁ କଠୋର ଦଣ୍ଡ ଦେଇଥିବା ଜଣାପଡିଛି। ସୂଚନା ମିଳିଛି ଯେ, କରିଥିବା ଭୁଲ ପାଇଁ ବିରାଟଙ୍କୁ ତାଙ୍କ ମ୍ୟାଚ୍ ଫି’ର ୫୦ପ୍ରତିଶତ ଜରିମାନା ଆକାରରେ ଦେବାକୁ ହେବ। କୋହଲି ଆଚରଣ ବିଧି ଉଲ୍ଲଂଘନ କରି ବିସିସିଆଇ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଏହି ଦଣ୍ଡ ଦିଆଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button