ଦେଶ- ବିଦେଶ

ସିଆଚୀନ ଗସ୍ତ କଲେ ରାଜନାଥ, ଏହାକୁ ସାହସ , ଧୈର୍ଯ୍ୟ ଏବଂ ଦୃଢ଼ ପ୍ରତିଜ୍ଞାର ରାଜଧାନୀ କହିଲେ – Kalinga News

[ad_1]

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଦିନ ସିଆଚୀନ ଗସ୍ତ କରିଛନ୍ତି। ସିଆଚୀନରେ ସୁରକ୍ଷା ସ୍ଥିତି ସମୀକ୍ଷା କରି ରାଜନାଥ କହିଛନ୍ତି, ବିଶ୍ବର ସର୍ବୋଚ୍ଚ ବରଫ ଆଚ୍ଛାଦିତ ଯୁଦ୍ଧକ୍ଷେତ୍ର ହେଉଛି ଭାରତର ସାହସ, ଧୈର୍ଯ୍ୟ ଏବଂ ଦୃଢ଼ପ୍ରତିଜ୍ଞାର ରାଜଧାନୀ। ରାଜନାଥ କହିଛନ୍ତି, ଦିଲ୍ଲୀ ଯେଭଳି ଭାରତାର ରାଜଧାନୀ, ଏବଂ ମୁମ୍ବାଇ ଦେଶର ଆର୍ଥିକ ରାଜଧାନୀ ଓ ବେଙ୍ଗାଲୁରୁ ହେଉଛି ଜ୍ଞାନକୌଶଳର ରାଜଧାନୀ ଠିକ୍ ସେହିପରି ସିଆଚୀନ୍ ହେଉଛି ସାହସ, ଧୈର୍ଯ୍ୟ ଏବଂ ପୃଢ଼ପ୍ରତିଜ୍ଞାର ରାଜଧାନୀ। ରାଜନାଥ ସିଆଚୀନରେ ସାମରିକ ପ୍ରସ୍ତୁତି ସମୀକ୍ଷା କରି ଆଜି ଏହା କହିଛନ୍ତି। ରାଜନାଥ ଆଜି ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ଗସ୍ତ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଆଜି ସିଆଚୀନରେ ସୈନିକମାନଙ୍କ ସହ କଥା ହୋଇଛନ୍ତି ଏବଂ ଦେଶ ସର୍ବଦା ସୈନିକମାନଙ୍କ ପାଖରେ ଋଣି ହୋଇ ରହିବ ବୋଲି ରାଜନାଥ କହିଛନ୍ତି। ସୈନିକମାନଙ୍କୁ ଉଦବୋଧନ ଦେଇ ସିଂହ କହିଛନ୍ତି, ଆମ ସୈନିକମାନେ ସୀମାକୁ ସୁରକ୍ଷା ଦେଉଥିବାରୁ ଆମେ ଏକ ଶାନ୍ତିପୂର୍ଣ୍ଣ ଜୀବନ ଜିଇଁ ପାରୁଛୁ। ରାଜନାଥ କହିଛନ୍ତି, ସିଆଚୀନ ଏକ ସାଧାରଣ ସ୍ଥାନ ନୁହେଁ ଏହା ଭାରତର ସାର୍ବଭୌମତ୍ବ ଏବଂ ଦୃଢ଼ ଇଚ୍ଛାଶକ୍ତିର ଏକ ପ୍ରତୀକ। ‘ଅପରେସନ ମେଘଦୁତ’ର ୪୦ ତମ ବାର୍ଷିକୀରେ ରାଜନାଥ କହିଛନ୍ତି, ଭାରତର ସାମରିକ ଇତିହାସର ଏହା ଏକ ସ୍ବର୍ଣ୍ଣିମ ଅଧ୍ୟାୟ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button