ନିର୍ବାଚନ ଭଣ୍ଡୁର ଯୋଜନାରେ ମାଓବାଦୀ! ବିଶ୍ରା ଅଞ୍ଚଳରୁ ମିଳିଲା ମାଓ ପୋଷ୍ଟର – Kalinga News
[ad_1]
ସର୍ଚ୍ଚ ଅପରେସନ ଆରମ୍ଭ, ଯାଞ୍ଚ କଡ଼ାକଡ଼ି, ଦୀର୍ଘବର୍ଷ ବ୍ୟବଧାନ ପରେ ନକ୍ସଲ ସକ୍ରିୟ ଆଶଙ୍କା
ବିଶ୍ରା: ଚଳିତ ନିର୍ବାଚନକୁ ଭଣ୍ଡୁର କରିବା ଯୋଜନାରେ ରହିଛନ୍ତି ମାଓବାଦୀ! ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍ ଅନ୍ତର୍ଗତ ଜରେଇକେଲା ପଞ୍ଚାୟତର କୋପସିଙ୍ଗା ବଜାରରେ ମିଳିଥିବା ପୋଷ୍ଟରରୁ ସେମାନଙ୍କ ଏହି ଯୋଜନା ସମ୍ପର୍କରେ ଜଣାପଡ଼ିଛି। ଏହି ପୋଷ୍ଟରରେ ମାଓ ସଙ୍ଗଠନ ଲୋକସଭା ନିର୍ବାଚନକୁ ବିରୋଧ ସଂକ୍ରାନ୍ତରେ ଉଲ୍ଲେଖ ରହିଛି। ଆସନ୍ତା ମେ ୨୦ରେ ସୁନ୍ଦରଗଡ଼ ଜିଲ୍ଲାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦିନଧାର୍ଯ୍ୟ କରାଯାଇଛି। କିଛିଦିନ ପରେ ସମସ୍ତ ପ୍ରାର୍ଥୀ ନାମାଙ୍କନପତ୍ର ମଧ୍ୟ ଦାଖଲ କରିବେ। ଏଭଳି ସ୍ଥିତିରେ ପୋଷ୍ଟର ଲଗାଇ ନକ୍ସଲମାନେ ପୁଣିଥରେ ସେମାନଙ୍କ ଉପସ୍ଥିତି ଜାହିର କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏ ସମ୍ପର୍କରେ ଖବର ପାଇ ବିଶ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟରଗୁଡ଼ିକୁ ଜବତକରି ତଦନ୍ତ ଆରମ୍ଭ କରିଥିବା ବେଳେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ ସିଆର୍ପିଏଫ୍ ଯବାନଙ୍କ ଦ୍ୱାରା ଯାଞ୍ଚ କଡ଼ାକଡ଼ି କରାଯାଇଛି। ସୀମାରେ ଯାଉଥିବା ସମସ୍ତଙ୍କୁ ଯାଞ୍ଚକଲା ପରେ ହିଁ ଛଡ଼ାଯାଉଛି। ନକ୍ସଲମାନେ ଯେପରି କୌଣସି ଅଘଟଣ ଘଟାଇ ନ ପାରିବେ, ସେଥିପାଇଁ ସମ୍ପୂର୍ଣ୍ଣଭାବେ ପୁଲିସ ଓ ଯବାନ ସଜାଗ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ରା ଅଞ୍ଚଳରୁ ମିଳିଲା ମାଓ ପୋଷ୍ଟର
ସର୍ଚ୍ଚ ଅପରେସନ ଆରମ୍ଭ, ଯାଞ୍ଚ କଡ଼ାକଡ଼ି
ଦୀର୍ଘବର୍ଷ ବ୍ୟବଧାନ ପରେ ନକ୍ସଲ ସକ୍ରିୟ ଆଶଙ୍କା
୨୦୧୧ରେ ଫାଣ୍ଡିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ
ଅନ୍ୟପକ୍ଷରେ କୋପସିଙ୍ଗା ବ୍ୟତୀତ ନକ୍ସଲମାନେ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର ପାଞ୍ଚପହିୟା ଓ ଡୋମଲେଇ ଗ୍ରାମରେ ପୋଷ୍ଟର ଲଗାଇ ଗ୍ରାମବାସୀଙ୍କୁ ନିର୍ବାଚନ ବର୍ଜନ କରିବାକୁ ଆହ୍ବାନ ଦେଇଥିବା ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୩ବର୍ଷ ପୂର୍ବେ ଅର୍ଥାତ୍ ୨୦୧୧ ମସିହାରେ ଜାନୁଆରି ୧୦ ତାରିଖ ମଧ୍ୟରାତ୍ରିରେ ଜରେଇକେଲା ପୁଲିସଫାଣ୍ଡିରେ ନକ୍ସଲମାନେଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ। ଏହାପରେ ନକ୍ସଲଙ୍କ ପ୍ରାଦୁର୍ଭାବକୁ ନଜରରେ ରଖି ତତ୍କାଳୀନ ରାଉରକେଲା ଏସ୍ପି ଦୀପ୍ତେଶ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜରାଇକେଲା ଫାଣ୍ଡିକୁ ତୁରନ୍ତ ବନ୍ଦ କରାଯାଇଥିଲା। ପରେ ନକ୍ସଲ ଘଟଣା ସାମାନ୍ୟ କମ୍ ହେବାରୁ ୨୦୧୬ ଏପ୍ରିଲ ୧ ତାରିଖରେ ଏହି ଫାଣ୍ଡି ପୁନର୍ବାର ଆରମ୍ଭ କରାଯାଇଥିଲା। ଏବେ ଜରେଇକେଲାରେ ନକ୍ସଲ ପୋଷ୍ଟର ଲଗାଯିବା ଘଟଣାପରେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବାବେଳେ ଜରେଇକେଲା ଫାଣ୍ଡିରେ କାର୍ଯ୍ୟ କରୁଥିବା ପୁଲିସ କର୍ମଚାରୀ ବି ଚିନ୍ତିତ ଥିବା ଜଣାପଡ଼ିଛି।
[ad_2]