ଲୋକଙ୍କୁ ଡରାଉଛି ପାକିସ୍ତାନ ପୁଲିସ! – Kalinga News

[ad_1]
ଦୁଷ୍କର୍ମ, ହତ୍ୟାରେ ପୁଅ ଫସିଛି…ଟଙ୍କା ଦିଅ
କଟକ: ଓଡ଼ିଶାରେ ଏବେ ସାଧାରଣ ଲୋକଙ୍କୁ ଡରାଉଛି ପାକିସ୍ତାନ ପୁଲିସ। ସେମାନଙ୍କ ପୁଅ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫସିଥିବା କହୁଛନ୍ତି। ଟଙ୍କା ନ ଦେଲେ ମାମଲା ରୁଜୁ ହେବ ଓ ପୁଅ ଜେଲ୍ ଯିବା ନେଇ ଧମକ ଦେଉଛନ୍ତି। ଏମିତି କହି ସାଇବର୍ ଠକ ଓଡ଼ିଆ ଲୋକଙ୍କ ନିକଟରୁ ଟଙ୍କା ଲୁଟିନେଉଥିବା ଭଳି ସଙ୍ଗିନ ମାମଲା ଏବେ ସାମନାକୁ ଆସିଛି। ସୂଚନା ଅନୁଯାୟୀ, ହ୍ବାଟସ୍ଆପ୍ରେ ପାକିସ୍ତାନର +୯୨ ଆଇଏସଡି (ଇଣ୍ଟରନ୍ୟାସନାଲ୍ ସବ୍ସ୍କ୍ରାଇବର୍ ଡାଏଲିଂ) କୋଡ୍ରେ ଭିଡିଓ କଲ୍ ଆସୁଛି। ଯେଉଁ ନମ୍ବରରୁ ଫୋନ୍ କଲ୍ ଆସୁଛି ଉକ୍ତ ନମ୍ବରରେ ଜଣେ ପୁଲିସ ଅଫିସରଙ୍କ ଫଟୋ ଥିବା ଦେଖିବାକୁ ମିଳୁଛି। ଫୋନ୍ କରିଥିବା ବ୍ୟକ୍ତି କଳା ରଙ୍ଗର କ୍ୟାପ୍ ପିନ୍ଧିଥିବା ବେଳେ ଗାଢ଼ ନୀଳ ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳୁଛି। ସେମାନଙ୍କ ପଛପଟେ ପୁଲିସର ଲୋଗୋ ଥିବା ଏକ ବ୍ୟାନର୍ ମଧ୍ୟ ଦେଖିବାକୁ ମିଳୁଛି। ଏହି ଫୋନ୍ କରିଥିବା ବ୍ୟକ୍ତି ପ୍ରଥମେ ନିଜକୁ ପୁଲିସ ପରିଚୟ ଦେଉଛି। ଯାହାକୁ ଫୋନ୍ କରୁଛି, ତାକୁ କହୁଛି ଯେ ଆପଣଙ୍କ ପୁଅ ଏକ ଦୁଷ୍କର୍ମ ମାମଲାରେ ଫସିଯାଇଛି କିମ୍ବା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ପ୍ରମାଣ ମିଳିଛି। ପୁଅ ବିରୋଧରେ ମାମଲା ରୁଜୁ ହେବ। ତାକୁ ଏଭଳି ସଙ୍ଗିନ ମାମଲାରୁ ଛଡ଼ାଇବାକୁ ହେଲେ ଟଙ୍କା ପଠାନ୍ତୁ। ନଚେତ ଏ ସମ୍ପର୍କିତ ଖବର ପୁଅର ଫଟୋ ସହିତ ଗଣମାଧ୍ୟମରେ ଲିକ୍ କରି ଦିଆଯିବ। +୯୨ ଆଇଏସଡି କୋଡ୍ରୁ ଆସୁଥିବା ଫୋନ୍ କଲରେ ପରିବାର ଲୋକଙ୍କୁ ଏଭଳି ଭୟଭୀତ କରାଯାଉଛି। ଲୋକଲଜ୍ଜା ଓ ଗିରଫ ଭୟରେ ପରିବାର ଲୋକେ ପୁଲିସ ପରିଚୟ ଦେଉଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଠକାମିର ଶିକାର ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହାବାଦ୍ ଆଉ ଏକ କୌଶଳ ଏହି ଠକ ବ୍ୟବହାର କରୁଛନ୍ତି। ସାଧାରଣ ଲୋକଙ୍କୁ ସମାନ ଆଇଏସ୍ଡି କୋଡ୍ରେ ଫୋନ୍ କରି ସେମାନଙ୍କ ନାଁରେ ଏକ ପାର୍ସଲ ଆସିଥିବା କହୁଛନ୍ତି। କିନ୍ତୁ ଏହି ପାର୍ସଲରେ ଗଞ୍ଜେଇ, ବ୍ରାଉନସୁଗାର ଥିବା ଅବସ୍ଥାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଜବତ କରିଥିବା କହୁଛନ୍ତି। ତେଣୁ ଗିରଫ ପରଵାନା ଜାରି କରିବାକୁ ଫୋନରେ ପୁଲିସ ପରିଚୟ ଦେଉଥିବା ସମ୍ପୃକ୍ତ ବ୍ୟକ୍ତି କହୁଛି। ଯଦି ଏହି ନିଶା ଚୋରା ଚାଲାଣ ମାମଲାରୁ ଖଲାସ ପାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଟଙ୍କା ଦେବାକୁ ପୀଡ଼ିତଙ୍କ ଉପରେ ଏକ ପ୍ରକାର ଚାପ ପକାଉଛନ୍ତି। ଭୟରେ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି। ସେହିଭଳି ଇନ୍ଷ୍ଟାଗ୍ରାମରେ ଏହି ଠକ ଗୋଷ୍ଠୀ ଲୋକଙ୍କ ସହିତ ସମ୍ପର୍କ ଯୋଡ଼ୁଛନ୍ତି। ମେସେଜ୍ କରି ଶୁଭେଚ୍ଛା ଜଣାଉଛନ୍ତି। ଦୁବାଇର ‘ବଡ଼େ ଭାଇ ଏବଂ ଛୋଟେ ଭାଇ’ ନାଁରେ ଏକ ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନରୁ ଆଇଫୋନ୍ ୧୪ ଜିତିଥିବା କହୁଛନ୍ତି। ଏହାର ମୂଲ୍ୟ ୭୦ ହଜାର ରହିଛି। କିନ୍ତୁ ମାତ୍ର ୩ ହଜାର ଟଙ୍କା ଦେଇ ଏହି ଉପହାର ନେବାକୁ ଇନ୍ଷ୍ଟାଗ୍ରାମ ମେସେଜ୍ରେ କହୁଛନ୍ତି। ଏହା ସହିତ ସମାନ ଆଇଏସଡି କୋଡ୍ରୁ ଫୋନ କରୁଛନ୍ତି। ଏହି ନମ୍ବରରେ ୟୁପିଆଇ ମାଧ୍ୟମରେ ଟଙ୍କା ଜମା କରିବାକୁ କହୁଛନ୍ତି। ଏହାର ପରଦିନ ପୁଣି ଫୋନ୍ କରି ପାର୍ସଲ ବିମାନବନ୍ଦରରେ ପହଞ୍ଚିଯାଇଥିବା ବେଳେ ଆହୁରି ୮ ହଜାର ଟଙ୍କା ଦେବାକୁ କହୁଛନ୍ତି। ଏଭଳି ଏକାଧିକ ପର୍ଯ୍ୟାୟରେ ଏହି ସାଇବର୍ ଠକ ଟଙ୍କା ଲୁଟିନେଉଛନ୍ତି। ଜଣେ ସାଇବର୍ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ହ୍ବାଟସଆପ୍ରେ ଆସୁଥିବା ଏହି +୯୨ ଆଇଏସଡି କୋଡ୍ ଯୁକ୍ତ ଫୋନ୍ କଲଗୁଡ଼ିକ ଟ୍ରେସ୍ କରାଯାଇପାରୁନାହିଁ। ଏହି ସିମ୍ କାର୍ଡଗୁଡ଼ିକ ଯେହେତୁ ପାକିସ୍ତାନର, ଓଡ଼ିଶା ସାଇବର୍ ଥାନା ପୁଲିସ ସିମ୍ ବ୍ୟବହାର କରୁଥିବା ବ୍ୟକ୍ତି ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ। ଏଭଳି ଆଇଏ୍ସଡି କୋଡ୍ରୁ ଆସୁଥିବା ଫୋନ୍କଲ୍ଗୁଡ଼ିକ ବ୍ଲକ୍ କରିବାକୁ ସାଇବର୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।
[ad_2]




