ଅପରାଧ

20 ଦିନ ଝିଅକୁ ବିଷ ଇଂଜେକ୍ସନ୍ ଫୋଡିଲା ବାପା, ଝିଅ ଏବେ ଜୀବନ ମରଣ ସହ ଯୁଦ୍ଧ କରୁଛି

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ 20 ଦିନର ଝିଅଙ୍କୁ ମାରିବା ଚେଷ୍ଟା କରାଯାଇଥିବା ସୂଚନା ମିଳିଛି । ସାମାନ୍ୟ 20 ଦିନର କୁନି ଝିଅକୁ  କିଏ ବା ମାରିବ । ଯେବେ ଏହା ପଛ କାରଣ ପାଇଁ ଅନୁସନ୍ଧାନ କରଗଲା ତେବେ ସାମନାକୁ ଆସିଛି ସତ । ଯାହାକୁ ଯଦି ଆପଣ ଶୁଣିବେ ତେବେ ଆପଣଙ୍କ ଲୋମଛିଡା ହେଇଯିବ ।

ଯିଏ ଜନ୍ମ ଦେଇଛି ସିଏ କଣ ମାରିପାରିବ  । ମାତ୍ର ଏହା ସତ୍ୟ ସିଙ୍ଗରୀ ଗ୍ରାମ ବାଗିରଥୀଙ୍କ ଝିଅ ତନ୍ମୟୀ ଗତବର୍ଷ ବାଲେଶ୍ଵର ନିକଟରେ ଥିବା ଚନ୍ଦନ ବାହାନା କୁ ବିବାହ କରିଥିଲେ । ବିବାହ ପରେ ଦୁହେଁ  ବୈବାହିକ ଜୀବନରେ ବହୁତ ଖୁସି ଥିଲେ । ଗତ 20 ଦିନ ତଳେ ତନ୍ମୟୀକୁ ସୁନ୍ଦର କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଘରଲୋକମାନେ ବହୁତ ଖୁସି ହୋଇଯାଇଥିଲେ ଯେ ଘରକୁ ଲକ୍ଷ୍ମୀଟିଏ ଜନ୍ମ  ହୋଇଛି ।

ମାତ୍ର ତାଙ୍କ ଖୁସିକୁ ଲାଗିଯାଇଥିଲା ନଜର ତେବେ ଏପରି ରାକ୍ଷସ କାମ କରିଛି ଝିଅ ର ବାପା । ଗତକାଲୀ ଅଜା ନତୁଣୀର ଏକୋଶିୟା କରିବାକୁ ସଜବାଜ ହେଉଥିବ ବେଳେ ଝିଅର ବାପା ସକାଳୁ ଆସି ପହଞ୍ଚିଥିଲେ ଏବଂ ଝିଅ ବିଚଣାରେ ଶୋଇଥିବା ବେଳେ ଝିଅକୁ ଗେଲ କରିବା ବାହାନାର୍ରେ ନିଜ କୋଳ କୁ ନେଇ ବିଷ ଇଂଜେକ୍ସନ ଟିଏ ଫୋଡିଦେଇଥିଲେ ।

କୁନି ଛୁଆଁ ଟି କାନ୍ଦିବାରୁ ଘରଲୋକମାନେ ଓ ସ୍ତ୍ରୀ ମଧ୍ୟ ସେଠାକୁ ଆସିଲେ ଓ ଝିଅ ହାତ ଏବଂ  ସ୍ଵାମୀ ହାତରେ ରକ୍ତ ଲାଗିଥିବା ଦେଖି ଡରି ଯାଇଥିଲେ । ଝିଅ ପାଖରୁ ବିଷର ଦୁର୍ଗନ୍ଧ ଆସୁଥିବା ଦେଖି ସ୍ଵାମୀକୁ ପଚାରିବାରୁ ପ୍ରଥମେ କିଛି ନ ଜାଣିବା ନାଟକ କରିଥିଲା । ମାତ୍ର ପରେ ସତକୁ ମାନିଥିଲା ଚନ୍ଦନ ତେବେ ସୂଚନା ପାଇଥିବା ନୀଳଗିରି ପୋଲିସ ଘଟଣା ସ୍ଥଳ କି ଆସି ଚନ୍ଦନକୁ ପଚାରଊଚାର କରିବା ପରେ ସେ କହିଥିଲେ କି ଫେରିଥିବା ବେଳେ ସେ ତାଙ୍କ ସାଙ୍ଗରେ ବିଷ ଇଂଜେକ୍ସନ ନେଇକି ଆସିଥିଲେ ଝିଅକୁ ମାରିବାକୁ କାରଣ ତାଙ୍କୁ ଝିଅ ଆଦୌ ପସନ୍ଦ ନ ଥିଲା ।

ପୁଅ ପାଇଁ ଇଛା କରିଥିଲେ ଚନ୍ଦନ ମାତ୍ର ଝିଅ ଜନ୍ମକୁ ପସନ୍ଦ ନ କରିବା ହେତୁ ଏଭଳି କରିଛନ୍ତି ବୋଲି କହିଥିଲେ । ଏବେ ଝିଅ ଟି ଜୀବନ ମରଣ ସହ ଯୁଦ୍ଧ କରୁଛି । ତେବେ ଆମ ଦେଶ ଏତେ ଆଗକୁ ବଢିଲେ ମଧ୍ୟ ଝିଅ ଓ ପୁଅର ପାର୍ଥକ୍ୟ ରହିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button