ଅପରାଧ

ଖଟୁଳି ଭାବି ଭୁଲ୍‌ରେ ମାସକର ଛୁଆକୁ ‘ଓଭେନ୍‌’ରେ ଶୁଆଇ ଦେଲେ ମାଆ – Kalinga News

[ad_1]

ମିଜୌରି: ଆମେରିକାର ମିଜୌରିରେ ଜଣେ ମାଆ ମାସକର ଛୁଆଝିଅକୁ ଖଟୁଳିରେ (କ୍ରିବ୍‌) ନ ଶୁଆଇ ଭୁଲ୍‌ରେ ‘ଓଭେନ୍‌’ରେ ଶୁଆଇ ଦେବାରୁ ତା’ର ମୃତ୍ୟୁ ଘଟିଛି ବୋଲି ‘ସ୍କାଏ ନିଉଜ୍‌’ ରିପୋର୍ଟ କରିଛି।

ଗୋଟାଏ ମାସକର ଛୁଆର ଶ୍ବାସପ୍ରଶ୍ବାସ ଚାଲୁନାହିଁ ବୋଲି ଖବର ପାଇ କେନ୍‌ସସ୍‌ ସିଟି ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗତ ସପ୍ତାହ ପ୍ରାରମ୍ଭରେ ଘଟିଥିବା ଏହି ଦୁଃଖଦାୟକ ଘଟଣା ଲୋକଲୋଚନକୁ ଆସିଥିଲା।

ଛୁଆଟି ମୃତ ବୋଲି ସେମାନେ ଘଟଣାସ୍ଥଳରେ ହିଁ ଘୋଷଣା କରିଥିଲେ। ତା’ପରେ ପୁଲିସ କେନ୍‌ସସ୍‌ ସହରବାସିନୀ ମାରିଆ ଟୋମାସ୍‌ ନାମ୍ନୀ ମହିଳା ତଥା ସେ ଛୁଆର ମାଆଙ୍କ ନାଁ’ରେ ପିଲାଙ୍କ ଜୀବନ ବିପନ୍ନ କରିଥିବା ଅଭିଯୋଗ କରାଯାଇଛି। ତାଙ୍କୁ ଥାନାକୁ ବି ନିଆଯାଇଥିଲା, କିନ୍ତୁ ‌ପଚରାଉଚରା ବେଳେ ସେ ନିରବ ରହିଥିଲେ।

Image Courtesy of NBC 5 Dallas

ଖଟୁଳି ପରିବର୍ତ୍ତେ ଛୁଆର ମାଆ ତାକୁ ଭୁଲ୍‌କ୍ରମେ ଓଭେନ୍‌ରେ ଶୁଆଇ ଦେଇଥିଲେ। ଛୁଆର ପୋଷାକ କଳା ପଡ଼ିଯାଇଛି। ତା’ ଡାଇପର୍‌ ବି ପୋଡ଼ିଯାଇଛି। ଘରୁ ଧୂଆଁ ବାସ୍ନା ଆସୁଥିବା କଥା ତଦନ୍ତରୁ ଜଣାପଡ଼ିଛି  ବୋଲି ‘ଡେଲି ଏକ୍ସପ୍ରେସ୍‌ ୟୁଏସ୍‌’।

ଅଦାଲତ ରେକର୍ଡ ଅନୁସାରେ, ଛୁଆର ଜେଜେ ତଦନ୍ତକାରୀମାନଙ୍କୁ ସୂଚନା ଦେଇଥିଲେ କି, ଝିଅ ବିଷୟରେ ଚିନ୍ତିତ ହୋଇ ଶୁକ୍ରବାର ଅପରାହ୍ଣ ୧ଟାରେ ଟୋମାସ୍‌ ତାଙ୍କୁ ପାଖକୁ ଫୋନ୍‌ କରିଥିଲେ। ତାଙ୍କ ଘରେ ପହଞ୍ଚି ଦେଖିଲି, ଛୁଆ ଖଟୁଳିରେ ‌ଶୋଇଛି ଏବଂ ଚାରିଆଡ଼ ଧୂଆଁଟିଆ ଗନ୍ଧାଉଛି। ଖଟୁଲି ଭ୍ରମରେ ଛୁଆଝିଅକୁ ‘ଓଭେନ୍‌’ରେ ଶୁଆଇ ଦେଇଥିଲେ ବୋଲି ଟୋମାସ୍‌ ମତେ କହିଥିଲେ।

ସମ୍ପ୍ରତି ମାରିଆ ଟୋମାସ୍‌ଙ୍କୁ ଜ୍ୟାକ୍‌ସନ୍‌ କାଉଣ୍ଟି ଡିଟେନ୍‌ସନ୍‌ ସେଣ୍ଟର୍‌ରେ ଅଟକ ରଖାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button