ସମ୍ପତ୍ତି ଜବତ ପରେ ଶିଳ୍ପା ମୁହଁ ଖୋଲି ନଥିବା ବେଳେ କୁନ୍ଦ୍ରା କଲେ ଏଭଳି ପୋଷ୍ଟ – Kalinga News
[ad_1]
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ସାମ୍ନାରେ ଗୋଟିଏ ପରେ ଗୋଟିଏ ସମସ୍ୟା ମୁଣ୍ଡ ଟେକୁଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମହାରାଷ୍ଟ୍ର ପୁଲିସ୍ ଓ ଦିଲ୍ଲୀ ପୁଲିସ୍ ପକ୍ଷରୁ ରୁଜୁ ହୋଇଥିବା ମାମଲା ଆଧାରରେ ଯାଞ୍ଚ କରି ଗତକାଲି କୁନ୍ଦ୍ରାଙ୍କ ୯୭. ୭୯ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି । ସମ୍ପତ୍ତି ଜବତ ହେବାପରେ ଆଜି ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଇନଷ୍ଟାଗ୍ରାମରେ ରାଜକୁନ୍ଦ୍ରା ଏକ ସିଂହର ଫଟୋ ସେୟାର କରି ଲେଖିଛନ୍ତି, ‘ଯେତେବେଳେ ଆପଣ ଅପମାନିତ ହେବାର ଅନୁଭବ କରିବେ ସେତେବେଳେ ଶାନ୍ତ କିପରି ରହିବାକୁ ହେବ ତାହା ଶଖିବା ଏକ ପ୍ରକାର ବିକାଶ ହୋଇଥାଏ।
ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ରାଜଙ୍କ ଜୁହୁସ୍ଥିତ ଘର ବି ରହିଛି। ଯାହାକି ଶିଳ୍ପାଙ୍କ ନାମରେ ଥିବା ଜଣାପଡ଼ିଛି। ଏତଦ ବ୍ୟତୀତ ପୁଣେରେ ଥିବା ଏକ ବଙ୍ଗଳା ଓ ରାଜଙ୍କ ନାମରେ ଥିବା ଇକ୍ୟୁଟି ସେୟାରକୁ ବି ଇଡ଼ି ଜବତ କରିଛି। ଏହି ଘଟଣାକୁ ନେଇ ଶିଳ୍ପାଙ୍କ ପକ୍ଷରୁ କୌଣସି ପ୍ରକାର ପ୍ରତିକ୍ରିୟା ଆସି ନଥିବା ବେଳେ ତାଙ୍କୁ ଗତ ଗୁରୁବାର ସଲମାନଙ୍କ ଘର ବାହାରେ ଦେଖିବାକୁ ମିଳିଥିଲା। ଗୁଳିକାଣ୍ଡ ଘଟଣା ପରେ ସେ ସଲମାନଙ୍କୁ ଭେଟିବା ପାଇଁ ସେଠାକୁ ଯାଇଥିଲେ।
ଇଡି ରାଜ କୁନ୍ଦ୍ରାଙ୍କ ସମ୍ପତ୍ତି ଜବତ ପରେ ତାଙ୍କ ଓକିଲ ପ୍ରଶାନ୍ତ ପାଟିଲ କହିଛନ୍ତି,‘ ଆମେ ଆଇନର ଉଚିତ ପ୍ରକ୍ରିୟା ଅନୁସରଣ କରିବୁ ଏବଂ କୁନ୍ଦ୍ରାଙ୍କ ସମ୍ପତ୍ତି ସୁରକ୍ଷା ପାଇଁ ମନି ଲଣ୍ଡରିଂ ଆଇନର ନିୟମ ଅନୁଯାୟୀ ଧାର୍ଯ୍ୟ ପଦକ୍ଷେପ ଗ୍ରହଣ କରିବୁ। ରାଜ କୁନ୍ଦ୍ରା ଏବଂ ଶିଳ୍ପା ସେଟ୍ଟିଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯାଇ ନାହିଁ।
[ad_2]