ମଣିପୁରରେ ମତଦାନ ବେଳେ ଫୁଟିଲା ଗୁଳି; ଦୌଡ଼ିଲେ ମତଦାତା – Kalinga News
[ad_1]
ମୋଇରଙ୍ଗ: ଶୁକ୍ରବାର ଦିନ ଭୋଟ୍ ଚାଲିଥିବା ବେଳେ ମଣିପୁରର ମୋଇରଙ୍ଗ ବିଧାନସଭାର ଥାମାନପୋକପିର ଏକ ମତଦାନ କେନ୍ଦ୍ର ନିକଟରେ ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି । ଏହି ଗୁଳିକାଣ୍ଡରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ଦିନ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଆରମ୍ଭ ହୋଇଥିବା ବେଳେ ଏହି ଗୁଳି ବିନିମୟ ଭୋଟରଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଗୁଳି ବିନିମୟ ମଧ୍ୟରେ ଲୋକମାନେ ମତଦାନ ବୁଥରୁ ଦୌଡ଼ିକି ବାହାରକୁ ପଳାଉଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶୁକ୍ରବାର ଦିନ ମଣିପୁର ଲୋକସଭା ଆସନ ଏବଂ ବାହ୍ୟ ମଣିପୁରର କିଛି ଅଂଶରେ ମତଦାନ ହୋଇଥିଲା।
ଏହାରି ମଧ୍ୟରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଲୁୱାଙ୍ଗସଙ୍ଗବାମ ମମଙ୍ଗ ଲାଇକାଇରେ ଭୋଟ୍ ଦେଇଛନ୍ତି। ସେ ରାଜ୍ୟର ଆଦିବାସୀମାନଙ୍କୁ ସୁରକ୍ଷା ଦେବାକୁ ଓ ଏହାର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବା ପାଇଁ ଲୋକଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ।
ବିରେନ ସିଂ କହିଛନ୍ତି ଯେ ‘‘ମୁଁ ମଣିପୁରବାସୀଙ୍କୁ ଭୋଟ୍ ଦେବାକୁ ତଥା ରାଜ୍ୟର ଆଦିବାସୀଙ୍କୁ ବଞ୍ଚାଇବାକୁ ତଥା ରାଜ୍ୟର ଅଖଣ୍ଡତା ରକ୍ଷା କରିବାକୁ ଏବଂ ଶୀଘ୍ର ଶାନ୍ତି ଆଣିବାକୁ ନିବେଦନ କରିବାକୁ ଚାହୁଁଛି।’’
ଏପଟେ ପଶ୍ଚିମବଙ୍ଗରେ ବି ମତଦାନ ସମୟରେ ହିଂସା ଉପୁଜିଛି। ଟିଏମ୍ସିର କହିବା କଥା ହେଲା ଭାରତୀୟ ଜତନା ପାର୍ଟି (ବିଜେପି) କର୍ମୀମାନେ ହିଂସା ପରିସ୍ଥିତି ସୃଷ୍ଟି କରାଉଛନ୍ତି। ଟିଏମ୍ସି ଆହୁରି ବି ଅଭିଯୋଗ ଆଣିଛି ଯେ ବିଜେପି କର୍ମୀମାନେ ମତଦାତାମାନଙ୍କୁ ଭୋଟ୍ ଦେବାକୁ ଧମକାଇ ଚାପ ପକାଉଛନ୍ତି।
[ad_2]