ଅପରାଧ

ଗୃହ ସହାୟିକାଙ୍କୁ ଦୁଷ୍କର୍ମ କରି ଡିଏସପି ଗିରଫ – Kalinga News

[ad_1]

ନୂଆଦିଲ୍ଲୀ: ଗୃହ ସହାୟିକାଙ୍କୁ ଦୁଷ୍କର୍ମ କରି ଡିଏସପି ଗିରଫ। ଆସାମ‌ରେ ଘଟିଛି ଏଭଳି ଘଟଣା। ଘରେ କାମ କରିବା ପାଇଁ ରହିଥିବା ଜଣେ ୧୫ବର୍ଷୀୟା ପୀଡ଼ିତାଙ୍କୁ ନିଜ ପରିବାରର ସଦସ୍ୟଙ୍କ ସହ ମିଶି ଦୁଷ୍କର୍ମ କରୁଥିଲେ ଡିଏସପି କିରଣ ନାଥ୍। ପୀଡ଼ିତା ଅଭିଯୋଗ କରିଦେବେ ବୋଲି ତାଙ୍କୁ ଘର ବାହାରକୁ ଯିବାକୁ ଦେଉନଥିଲେ। ହେଲେ ଶେଷରେ ପୀଡ଼ିତା ନିଜ ପରିବାରକୁ ସବୁ ଜଣାଇବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଏବେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେ‌ଳେ ତଦନ୍ତ ଆରମ୍ଭ କରିଛି ପୁଲିସ।

ଆସାମର ଡିଜିପି ଜ୍ଞାନେନ୍ଦ୍ର ପ୍ରତାପ ସିଂ କହିଛନ୍ତି ଯେ ତଦନ୍ତ ସମୟରେ ଆସିଥିବା ପ୍ରମାଣ ଆଧାରରେ ନାଥଙ୍କୁ ଗିରଫ କରାଯାଇଛି। ଏକ୍ସରେ ପୋଷ୍ଟ କରି ସେ ରୁଜୁ ହୋଇଥିବା ମାମଲା ବିଷୟରେ ଅଧିକ ତଥ୍ୟ ଦେଇଥିବା ସାମ୍ନାକୁ ଆସିଛି।

ନାଥଙ୍କୁ ଆଇପିସି ଧାରା ୩୭୬(୧୬ବର୍ଷରୁ କମ୍ ଯୁବତୀଙ୍କୁ ଦୁଷ୍କର୍ମ), ଧାରା ୫୦୬(ଅପରାଧିକ ଧମକ) ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି। ପୁଲିସ କହିଛି ଯେ ସେମାନେ ପୀଡିତା ଏବଂ ଅନ୍ୟ ସାକ୍ଷୀଙ୍କ ବୟାନ ରେକର୍ଡ କରିଛନ୍ତି ଏବଂ ଘଟଣାର ଅଧିକ ତଦନ୍ତ କରୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button