କେତେ ଥର ବିବାହ କରିବି; ଜାଣନ୍ତୁ କାହିଁକି ଏଭଳି କହିଲେ ରାକୁଲ ପ୍ରୀତ୍ – Kalinga News

[ad_1]
ମୁମ୍ବାଇ: ଚଳିତ ବର୍ଷ ଫେବ୍ରୁଆରିରେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ବଲିଉଡ ଅଭିନେତ୍ରୀ ରାକୁଲ୍ ପ୍ରୀତ ସିଂହ-ବଲିଉଡର ପ୍ରଯୋଜକ ଜ୍ୟାକି ଭଗନାନୀ। ଗୋଆରେ ଦୁହିଁଙ୍କ ବିବାହ ସଂପନ୍ନ ହୋଇଥିଲା। ଉଭୟ ଦକ୍ଷିଣ ଗୋଆରେ ଥିବା ଆଇଟିସି ଗ୍ରାଣ୍ଡରେ ବିବାହ କରିଥିବା ବେଳେ ଦମ୍ପତିଙ୍କ ପରିବାର ଏବଂ ନିକଟତମ ବନ୍ଧୁମାନେ ବିବାହରେ ଯୋଗ ଦେଇଥିଲେ। ଏହି ବିବାହରେ ବଲିଉଡ କଳାକାର ଶିଳ୍ପା ଶେଟ୍ଟୀ, ଆୟୁଷ୍ମାନ ଖୁରାନା, ଅର୍ଜୁନ କପୁର, ଡେଭିଡ ଧୱନ ଉପସ୍ଥିତ ଥିବା ଦେଖାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp

ତେବେ ବିବାହକୁ ୫ମାସ ବିତି ସାରିଥିବା ବେଳେ ଏବେ ତାଙ୍କୁ ପଚରାଯାଉଥିବା ପ୍ରଶ୍ନକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଇନଷ୍ଟାରେ ତାଙ୍କୁ ଜଣେ ପ୍ରଶଂସକ ପ୍ରଶ୍ନ କରିଥିଲେ ଯେ, ମ୍ୟାଡାମ ବିବାହର ଯୋଜନା କ’ଣ? ଏହାର ଉତ୍ତରରେ ବିବାହର ଏକ ଫଟୋ ସେୟାର କରି ରାକୁଲ ଲେଖିଥିଲେ ‘ହୋଇଗଲାଣି। କେତେ ଥର ବିବାହ କରିବି।’ ଇନଷ୍ଟା ଷ୍ଟାଟସରେ ରାକୁଲ ଏହାକୁ ସେୟାର କରିବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି।
[ad_2]




