ମନୋରଞ୍ଜନ

ଦଲାଇ ଲାମାଙ୍କୁ ଭେଟିବା ପରେ କଙ୍ଗନାଙ୍କ ପ୍ରତିକ୍ରିୟା – Kalinga News

[ad_1]

ନୂଆଦିଲ୍ଲୀ: ହିମାଞ୍ଚଳ ପ୍ରଦେଶର ମଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତା କଙ୍ଗନା ରାଣାୱତ ସୋମବାର ଦିନ ଧର୍ମଶାଲାରେ ବୌଦ୍ଧ ଧର୍ମ ଗୁରୁ ଦଲାଇ ଲାମାଙ୍କୁ ଭେଟିଛନ୍ତି।

ଦଲାଇ ଲାମାଙ୍କୁ ଭେଟିବାର ପରେ କଙ୍ଗନା ନିଜର ଅନୁଭୂତିକୁ ସମସ୍ତଙ୍କ ସହିତ ବାଣ୍ଟିଛନ୍ତି। କଙ୍ଗନା କହିଛନ୍ତି, ‘ଆଜି ମୁଁ ଧର୍ମଶାଳାରେ ଦଲାଇ ଲାମାଙ୍କୁ ଭେଟିଥିଲି ଏବଂ ଏହା ମୋ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ଥିଲା ଓ ରହିବ ମଧ୍ୟ। ଦଲାଇ ଲାମାଙ୍କୁ ଭେଟି ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି। କେବେ ଭାବି ନଥିଲି ଏଭଳି ଏକ ସମୟରେ ମୁଁ ବୌଦ୍ଧ ଧର୍ମ ଗୁରୁଙ୍କୁ ଭେଟିବି। ବାର୍ତ୍ତାଳାପ ସମୟରେ ଦଲାଇ ଲାମା କହିଥିଲେ ଯେ ସେ ହିମାଞ୍ଚଳରେ ରହି ବହୁତ ଖୁସି ଏବଂ ସେ ଭାରତକୁ ଖୁବ ଭଲ ପାଆନ୍ତି।’

ସଭା ଆରମ୍ଭ ସମୟରେ କଙ୍ଗନା ଭାରତ ମାତା କି ଜୟ ଏବଂ ବନ୍ଦେ ମାତରମ କହି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ତେବେ କଙ୍ଗନାଙ୍କୁ ମଣ୍ଡି ନିର୍ବାଚନମଣ୍ଡଳୀରୁ ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ-୨୦୨୪ ପାଇଁ ଟିକେଟ ମିଳିବା ପରେ କେହି ସମର୍ଥନ କରୁଥିବା ବେଳେ କେହିକେହି ତାଙ୍କ ପୁରୁଣା ଟୁଇଟକୁ ‌ପୋ‌ଷ୍ଟ କରି ଟ୍ରୋଲ କରୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button