ମନୋରଞ୍ଜନ

ରାତିରେ ପରଟା ଏବଂ ରୁଟି ସହିତ ଖାଆନ୍ତୁ ‘ଖଜୁରୀ ଚଟଣୀ’, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଥଣ୍ଡାର ଏହି ଋତୁରେ ଗରମା ଗରମ ସ୍ନାକ୍ସର ରୂଚି ପ୍ରାୟ ସମସ୍ତେ ରଖିଥାନ୍ତି। ଏହି ସ୍ୱାଦକୁ ଆହୁରୀ ମଜାଦାର କରିଥାଏ ଚଟଣୀ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ‘ଖଜୁରୀ ଚଟଣୀ’ ବନାଇବାର ପ୍ରସ୍ତୁତି ବିଷୟରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହି ରେସିପି କିପରି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୧୦୦ ଗ୍ରାମ ଖଜୁରୀ

-୧/୨ ଚାମଚ ଲାଲ ଲଙ୍କା ପାଉଡର

-୧/୨ ଚାମଚ ଭଜା ଜୀରା ପାଉଡର

-୧/୪ ଚାମଚ କଳା ଲୁଣ

-ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ସମସ୍ତ ଖଜୁରୀକୁ ମଝିରେ କାଟି ମଞ୍ଜି କାଟି ଦିଅନ୍ତୁ ଏବା ପରେ ଧୋଇ ସେଥିରେ ଏକ କପ୍ ପାଣି ଦିଅନ୍ତୁ।

-୨ ଘଣ୍ଟା ପାଇଁ ଏହାକୁ ଭିଜାଇ ରଖନ୍ତୁ। ୫ ମିନିଟ ପାଇଁ ଏହାକୁ ଗ୍ୟାସରେ ବସାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ।

-ଏବେ ଏଥିରେ ଲାଲ ଲଙ୍କା ପାଉଡର, ଜୀରା ପାଉଡର, କଳା ଏବଂ ସାଧା ଲୁଣ ପକାଇ ଭଲ ଭାବେ ମିକ୍ସ କରନ୍ତୁ।

-ଏବେ ଆପଣଙ୍କର ଖଜୁରୀ ଚଟଣୀ ପ୍ରସ୍ତୁତ ହୋଇଗଲା। ଏବେ ଏହାକୁ ଆପଣ ପରାଟା କିମ୍ବା ରୁଟି ସହିତ ଏହାକୁ ସର୍ଭ କରିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button