ରାଜନୀତି

ଓଡ଼ିଶାରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆଜି ହୋଇପାରେ ଘୋଷଣା – Kalinga News

[ad_1]

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କରିସାରିଛି। ରାଜ୍ୟର ୧୭ଟି ଲୋକସଭା ଓ ୪୯ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇସାରିଛି। କଂଗ୍ରେସକୁ ଆହୁରି ୪ଟି ଲୋକସଭା ଆସନ ଓ ୯୮ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବାର ବାକି ଅଛି। ଆଜି କଂଗ୍ରେସ ଆଉ କିଛି ଆସନରେ ପ୍ରାର୍ଥୀ ଘୋଷଣା କରିପାରେ।

ଅନ୍ୟପଟରେ ବିଧାନସଭା ପ୍ରାର୍ଥୀ ଘୋଷଣାରେ କଂଗ୍ରେସ ବହୁ ପଛରେ ରହିଛି। ବିଜେପି ଓ ବିଜେଡି ସବୁ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବିଜେଡି ୧୧୭ଟି ଓ ବିଜେପି ୧୧୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ସେହି ଦୃଷ୍ଟିରେ ବହୁ ପଛରେ ପଡ଼ିଛି କଂଗ୍ରେସ।

କଂଗ୍ରେସ ସମ୍ବଲପୁର, କଟକ, ମୟୂରଭଂଜ ଓ ଆସିକା ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ସେହିପରି ଇଣ୍ଡିଆ ମେଂଟର ଆସନ ବୁଝାମଣା ଅନୁସାରେ, ଆସ୍କା ଆସନରେ ବାମପନ୍ଥୀ ଓ ମୟୂରଭଞ୍ଜ ଆସନରେ ଜେଏମଏମ୍ ଲଢ଼ିବ। ତେଣୁ ବାକି ୪ଟି ଲୋକସଭା ସହ ୯୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିପାରେ କଂଗ୍ରେସ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button