କଂଗ୍ରେସ ପ୍ରାର୍ଥୀ ବଦଳିଲେ: ୧୩ ବିଧାନସଭା, ୨ ଲୋକସଭାରେ ନୂଆ ପ୍ରାର୍ଥୀ – Kalinga News
[ad_1]
ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଆଜି ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୧୬ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ସେଥିରୁ ୩ଟି ବିଧାନସଭା ଓ ଗୋଟିଏ ଲୋକସଭା କ୍ଷେତ୍ର ପାଇଁ ଦଳ ପ୍ରାର୍ଥୀ ବଦଳାଇଛି। ଏବେସୁଦ୍ଧା କଂଗ୍ରେସ ୧୩୯ ବିଧାନସଭା ଓ ୧୯ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
କଣ୍ଟାମାଳରେ ମନୋଜ ଆଚାର୍ଯ୍ୟଙ୍କ ବଦଳରେ ସରତ କୁମାର ପ୍ରଧାନ, ଜୟଦେବରେ ଜୟନ୍ତ କୁମାର ଭୋଇଙ୍କ ବଦଳରେ କୃଷ୍ଣ ସଗରିଆ ଓ କବିସୂର୍ଯ୍ୟନଗରରେ ବିପିନ ବିହାରୀ ସ୍ବାଇଁଙ୍କ ବଦଳରେ ସଞ୍ଜୟ କୁମାର ମଣ୍ଡଳଙ୍କୁ ଦଳ ପ୍ରାର୍ଥୀ କରିଛି। କିଛିଦିନ ପୂର୍ବରୁ କଂଗ୍ରେସ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ହଟାଇଥିଲା। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ବାଳ ଝାରସୁଗୁଡ଼ାରୁ ନିର୍ବାଚନ ଲଢ଼ିବେ। ତଳସରା ଆସନରୁ ଅମିତା ନିର୍ବାଚନ ଲଢ଼ିବା ପାଇଁ ଲକ୍ଷ୍ୟ ରଖିଥିଲେ ହେଁ ସେଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଗତ ୧୭ ତାରିଖରେ ଅମିତା ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ଏଆଇସିସିର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ତେଣୁ ଦଳ ତାଙ୍କୁ ଝାରସୁଗୁଡ଼ାରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହୋଇଥିଲା।
ଜଟଣୀ ନିର୍ବାଚନମଣ୍ଡଳୀ ପରେ ଗତ କିଛିଦିନ ହେବ ଚର୍ଚ୍ଚାରେ ରହିଥିବା ପିପିଲି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ପିପିଲିରେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେବା ଓ ଏକାଧିକ ଆଶାୟୀ କଂଗ୍ରେସ ଭବନକୁ ଆସି ହୋ ହଲ୍ଲା କରିଥିଲେ। ହେଲେ ଦଳ ସେଠାରୁ ଜ୍ଞାନ ରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ସେହିପରି ନିଜ ସାନ ପୁଅ ପାଇଁ ଭୋଟ୍ ମାଗି ୬ବର୍ଷ ପାଇଁ ଦଳରୁ ବହିଷ୍କୃତ ହୋଇଥିବା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ନିମାପଡ଼ା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ନିକଟରେ ବିଜେପି ଛାଡ଼ି କଂଗ୍ରେସକୁ ଫେରି ଆସିଥିବା ସୋନାଲି ସାହୁଙ୍କୁ ମଧ୍ୟ ଦଳ ଖୋର୍ଦ୍ଧାରୁ ପ୍ରାଥୀ କରିଛି।
ଅପରପକ୍ଷରେ ଦୁଇଦିନ ତଳେ ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ କେନ୍ଦ୍ରାପଡ଼ା ଆସନରୁ ଲଢ଼ିବେ। ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ୨ଟି ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଥିଲା। ଆଜି ଗୋପାଳପୁର ବିଧାନସଭା ପାଇଁ ଶ୍ୟାମ ସୁନ୍ଦରଗଡ଼ ସାହୁଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି। ତେବେ ଛତ୍ରପୁର ଆସନ ପୂର୍ବଭଳି ଝୁଲି ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ଆଡ୍ହକ୍ ସଭାପତି ଥିବା ଲୋକନାଥ ମହାରଥୀ ମହାକାଳପଡ଼ା ଆସନରୁ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ଆଉ ୩ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ସମସ୍ତେ ନୂଆ ମୁହଁ। ପୂର୍ବରୁ ନିର୍ବାଚନ ଲଢ଼ିଥିବା ମୋହନ ହେମ୍ବ୍ରମ୍ଙ୍କୁ ଦଳ କେନ୍ଦୁଝରରୁ ପ୍ରାର୍ଥୀ ଘୋଷଣା କରିଥିଲା। ହେଲେ ତାଙ୍କ ବଦଳରେ ଏବେ ବିନୋଦ ବିହାରୀ ନାୟକ ପ୍ରାର୍ଥୀ ହୋଇଛନ୍ତି। ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନ ଓ ଆସ୍କାରୁ ଦେବକାନ୍ତ ଶର୍ମା ପ୍ରାର୍ଥୀ ହୋଇଛନ୍ତି। ମୟୂରଭଞ୍ଜ ଓ କଟକ ଲୋକସଭା କ୍ଷେତ୍ର ପାଇଁ କଂଗ୍ରେସର ପ୍ରାର୍ଥୀ ବାକି ରହିଛି।
[ad_2]