ରାଜନୀତି

ଓଡ଼ିଶା ସୀମାନ୍ତ ଗାଁରେ ବିନୟଙ୍କ ଭୋଟ ଭିକ୍ଷା: ଭବାନୀଙ୍କ ଗାଁରେ ବିଜେଡିର ଶଂଖନାଦ – Kalinga News

[ad_1]

ସୁନ୍ଦରଗଡ଼: ନିର୍ବାଚନକୁ ଆଉ ମାତ୍ର ୧୧ ଦିନ। ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ଡ. ବିନୟ କୁମାର ଟପ୍ପୋ ଓଡ଼ିଶା ଛତିଶଗଡ଼ ସୀମାନ୍ତ ଗାଁ ଲୁଲୁକିଡିହିରେ ଘର ଘର ବୁଲି ଭୋଟରଙ୍କ ପାଦ ଛୁଇଁ ଭୋଟ ଭିକ୍ଷା କରିଥିଲେ। ସେହିପରି ଛତିଶଗଡ଼-ଝାରଖଣ୍ଡ ସୀମାନ୍ତ ସଂଲଗ୍ନ ବନଡେଗା, ଶାଗବାହାଲ ପଞ୍ଚାୟତର ଉଲୁଟୁଡିହି, ଶଙ୍କରାବାହାଲ, ସରାଜଙ୍ଘା, କଣ୍ଟାବାହାଲ, ଫଲସା, ତିଲିଆ, ଶାଗଯୋରି ଗାଁରେ କର୍ମୀଙ୍କ ସହ ବୁଲିବୁଲି ପ୍ରଚାର କରିଛନ୍ତି।

ଏହି ଅବସରରେ ତଳସରା ବିଧାୟକ ତଥା ବିଜେପି ପ୍ରାର୍ଥୀ ଭବାନୀଶଙ୍କର ଭୋଇଙ୍କ ଗାଁ ଯମୁନାରେ ବିଜେଡି ଶଂଖନାଦ କରିଛି। ଯମୁନା ପଞ୍ଚାୟତ ବିଜେଡି ସଭାପତି କୈଳାସ କଣ୍ଠାରିଙ୍କ ଅଧ୍ୟକ୍ଷତାରେ ଦଳର କର୍ମୀମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଦେବେନ୍ଦ୍ର ପ୍ରସାଦ ମାଝୀ ଯୋଗ ଦେଇ ସ୍ଥାନୀୟ ବିଧାୟକ ଶ୍ରୀ ଭୋଇ ୫ ବର୍ଷରେ ନିଜ ଅଞ୍ଚଳର ସମସ୍ୟା ନେଇ ବିଧାନସଭାରେ କେତେଥର ପ୍ରଶ୍ନ କରିଛନ୍ତି ବୋଲି ପଚାରିଥିଲେ।

ସେହିପରି ସୁନ୍ଦରଗଡ଼ ଲୋକସଭା ସାଂସଦ ଥିବା ଜୁଏଲ୍ ଓରାମ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ୩ ଥର କ୍ୟାବିନେଟ ମନ୍ତ୍ରୀ ଥାଇ ଝାରସୁଗୁଡ଼ା-ଭାୟା ସୁନ୍ଦରଗଡ଼, ସବଡେଗା, ବାଲିଶଙ୍କରା ଦେଇ ଛତିଶଗଡ଼, କୁନୁକୁରି ଦେଇ ଅମ୍ବିକାପୁର ନୂଆ ରେଳପଥ, ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା କାହିଁକି ହୋଇପାରିଲା ନାହିଁ ବୋଲି ପ୍ରଶ୍ନ କରିଥିଲେ। ତେଣୁ ଉଭୟ ସାଂସଦ ଓ ବିଧାୟକ ବିଫଳ ହୋଇଥିବାରୁ ଏଥର ଜନତା ପରିବର୍ତ୍ତନ ଚାହାନ୍ତି ବୋଲି ଶ୍ରୀ ମାଝୀ କହିଥିଲେ । ସବଡେଗା ବ୍ଲକ କୁକୁରିଡିହି ପଞ୍ଚାୟତ ଓ ଯମୁନା ପଞ୍ଚାୟତରେ ଅନୁଷ୍ଠିତ ସମାବେଶରେ ଜୋନସ୍ତରୀୟ ସଂଯୋଜକ ମୁକେଶ ପୁରୋହିତ, ତଳସରା ପାଣି ପଞ୍ଚାୟତ ଅଧ୍ୟକ୍ଷ ଅନିଲ ବେହେରା, ବାଲିଶଙ୍କରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୁଞ୍ଜଲତା ଭିତ୍ରିଆ, ସୁଦାମ ଭୋଇ, ଅଜୟ ପାଣିଗ୍ରାହୀ, ଶ୍ରଦ୍ଧାକର ସୁନ୍ୟାନି, ସୁଶୀଳ ଗିଧି, ଗୀତାଞ୍ଜଳି ପଟେଲ, ସୁଜିତ ପଟେଲ, ବିଭୂତି ନାଏକ, ଫକୀର ଟପ୍ପୋ, ରାଜକୁମାର ବାର୍ଲା, ଶିବଲାଲ କେରକେଟା ପ୍ରମୁଖ ବକ୍ତବ୍ୟ ରଖି ଲୋକସଭା ପ୍ରାର୍ଥୀ ଡ. ଦିଲୀପ ତିର୍କି ଓ ବିଧାନସଭା ପ୍ରାର୍ଥୀ ଡ. ବିନୟ ଟପ୍ପୋଙ୍କୁ ଶଙ୍ଖ ଚିହ୍ନରେ ବିଜୟୀ କରାଇବାକୁ ଅଣ୍ଟା ଭିଡ଼ିବାକୁ କର୍ମୀମାନଙ୍କୁ ନିବେଦନ କରିଥିଲେ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button