ଘୋଷଣାର ୧୨ ଘଣ୍ଟା ନପୂରୁଣୁ ଇସ୍ତଫା: ଖୋର୍ଦ୍ଧା ସଭାପତି, ରାଉରକେଲା କଂଗ୍ରେସ ସଭାନେତ୍ରୀଙ୍କ ଇସ୍ତଫା – Kalinga News

[ad_1]
ଗଞ୍ଜାମରେ ବି ଅସନ୍ତୋଷ
ଭୁବନେଶ୍ବର/ରାଉରକେଲା: କଂଗ୍ରେସର ୧୩ ନୂଆ ଜିଲ୍ଲା ସଭାପତି ଘୋଷଣା ପରେ ନୂଆ ବିବାଦ ଦେଖା ଦେଇଛି। ଘୋଷଣାର କିଛି ଘଣ୍ଟାପରେ ଖୋର୍ଦ୍ଧାର ନବନିଯୁକ୍ତ ଜିଲ୍ଲା ସଭାପତି ତପନ ଚକ୍ରବର୍ତ୍ତୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଉଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ସେହିପରି, ରାଉରକେଲା ମହିଳା କଂଗ୍ରେସ ସଭାନେତ୍ରୀ ଇସ୍ତଫା ଦେଇଥିବା ବେଳେ ଗଞ୍ଜାମରେ ମଧ୍ୟ ନବନିଯୁକ୍ତ ସଭାପତିଙ୍କୁ ନେଇ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଗତକାଲି ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ରଶ୍ମି ପାଢ଼ୀଙ୍କୁ ବିଦା କରାଯାଇଥିଲା। ତାଙ୍କ ସ୍ଥାନରେ ରବି ରାୟଙ୍କୁ ଦ୍ବିତୀୟବାର ସଭାପତି ନିଯୁକ୍ତି ଦିଆଯାଇଛି। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ପରିବର୍ତ୍ତନକୁ ମାତ୍ର ୨୪ ଘଣ୍ଟା ନପୂରୁଣୁ ମହିଳା କଂଗ୍ରେସ ସଭାନେତ୍ରୀ ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ନିରୁପମା ବଳିୟାରସିଂହ। ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ ମହିଳା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଦେଇଛନ୍ତି।
ଅନ୍ୟପକ୍ଷରେ, ଗଞ୍ଜାମ ସାଙ୍ଗଠନିକ ଜିଲ୍ଲାକୁ ବିଭକ୍ତ କରି ନୂତନ ଭାବେ ଗଠିତ ହୋଇଥିବା ଗଂଜାମ (ପୂର୍ବ)ସଭାପତି ଭାବେ ବ୍ରହ୍ମପୁର ସହରର ଓକିଲ ଦୀପକ ପଟ୍ଟନାୟକଙ୍କୁ ଦାୟିତ୍ବ ଦିଆଯାଇଛି। ୨୦୧୯ ନିର୍ବାଚନ ବେଳେ ପିସିସି ଦୀପକ ପଟ୍ଟନାୟକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରିଥିଲା। କିଛିଦିନ ପୂର୍ବରୁ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଥିଲା। ତେବେ, ସିଧାସିଧା ତାଙ୍କର ନାମ ନେଇ ଶ୍ରୀ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ପିସିସିର ମୁଖପାତ୍ର ପୀତବାସ ପଣ୍ଡା। ଏହି ନିଯୁକ୍ତିରେ ସେ ପ୍ରଶ୍ନ ଉଠାଇ କହିଛନ୍ତି ଦଳର ତୃଣମୂଳସ୍ତରର କର୍ମୀମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିବ ବୋଲି କହିଛନ୍ତି। ଏନେଇ ଶ୍ରୀ ପଣ୍ଡା ସୋସିଆଲ ମିଡିଆରେ ଖୋଲାଖୋଲି ନିଜର ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଆଗକୁ ଆହୁରି ଅନେକ ଜିଲ୍ଲାରେ ଅସନ୍ତୋଷ ଦେଖାଦେବାର ସମ୍ଭାବନା ରହିଛି।
[ad_2]