ଆପ୍ ମହାରାଲିରେ ଯୋଗ ଦେବାକୁ ଥିବା ଇଣ୍ଡିଆ ମେଣ୍ଟର ନେତାଙ୍କ ମଧ୍ୟରେ ରାହୁଲ, ଖଡ଼ଗେ ଏବଂ ପାୱାର – Kalinga News

[ad_1]
ନୂଆଦିଲ୍ଲୀ : ମାର୍ଚ୍ଚ ୩୧ ତାରିଖରେ ଦିଲ୍ଲୀର ରାମଲିଳା ମଇଦାନରେ ଆପ୍ ଏକ ମହାରାଲି କରିବାକୁ ଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ବିରୋଧ କରି ଆପ୍ ଏହି ମହାରାଲି କରୁଛି। ଆପ ଦଳର ଏହି ମହାରାଲିରେ ଇଣ୍ଡିଆ ମେଣ୍ଟର ନେତା ମଧ୍ୟ ଯୋଗ ଦେବେ। କଂଗ୍ରେସ ନେତା ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡ଼ଗେ, ଶରଦ ପାୱାର, ଉଦ୍ଧବ ଠାକରେ , ଅଖିଳେଶ ଯାଦବ ଏବଂ ତେଜସ୍ବୀ ଯାଦବ ଏବଂ ଅନ୍ୟ ନେତାମାନେ ମହାରାଲିରେ ଯୋଗ ଦେବେ। ଆପ୍ ରାଲି କରିବାପାଇଁ ଅନୁମତି ପାଇଛି। ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଏହି ରାଲିରେ ଯୋଗ ଦେବେ। ତେବେ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ମହାରାଲିରେ ଯୋଗ ଦେବେ କି ନା’ ତାହା ଜଣାପଡ଼ିନି। ଇଣ୍ଡିଆ ମେଣ୍ଟର ଅନ୍ୟ ପ୍ରମୁଖ ଦଳ ତଥା ଡେରେକ ଓବ୍ରାଏନ, ତ୍ରିଚି ଶିବା, ଫାରୁକ ଅବଦୁଲ୍ଲା ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ରାଲିରେ ଯୋଗ ଦେଇପାରନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ରାଲିରେ ଯୋଗ ଦେବେ।
[ad_2]



