ମନୋରଞ୍ଜନ

ଦିଲଜିତ୍ ବିବାହିତ ଏବଂ ଏକ ପୁତ୍ରସନ୍ତାନର ବାପା ! କାହିଁକି ବିବାହ ବିଷୟରେ କହୁନାହାନ୍ତି ଗାୟକ – Kalinga News

[ad_1]

ମୁମ୍ବାଇ: ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ଏବେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଦିଲଜିତ, ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମରେ ଗୀତ ଗାଇଥିଲେ। ତାଙ୍କ ଗୀତ ଶୁଣି ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବଲିଉଡ ସେଲିବ୍ରିଟି ନାଚିବାକୁ ବାଧ୍ୟ ହୋଇଥିଲେ। ଏହା ପରେ ପରେ ‌ସେ ହଲିଉଡର ଲୋକପ୍ରିୟ ଗାୟକ ଏଡ ଶିରନଙ୍କ ସହ ମଧ୍ୟ ଗୀତ ଗାଇଥିବା ଦେଖାଯାଇଥିଲା। ତେବେ ଦିଲଜିତଙ୍କ ବୃତ୍ତିଗତ ଜୀବନ କଥା କହିବାକୁ ଗଲେ ତାଙ୍କ ବିଷୟରେ ସମସ୍ତେ ଜାଣନ୍ତି। ହେଲେ ସେ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖି ଆସିଛନ୍ତି। ଏମିତି କି ସେ ବିବାହିତ ଏବଂ ତାଙ୍କର ଗୋଟାଏ ପୁଅ ଅଛି ବୋଲି ଅନେକଙ୍କୁ ଜଣାନାହିଁ।

ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିଲେ ବି ଏହା ସତ। ଏବେ ଦିଲଜିତ୍ ଓ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି କିଆରା, ଦିଲଜିତଙ୍କର ବାପା ହୋଇସାରିଥିବା କହିଦେଉଛନ୍ତି। କିଆରା ଆଡଭାନୀ ଏବଂ ଦିଲଜିତ ଫିଲ୍ମ ଗୁଡ୍ ନ୍ୟୁଜରେ ଏକାଠି କାମ କରିଥିଲେ। ଏହି ଫିଲ୍ମର ପ୍ରମୋସନ ସମୟରେ କିଆରା, ଦିଲଜିତ ଦୋସାଞ୍ଜଙ୍କ ବିଷୟରେ ଏକ ଖୁଲାସା କରିଥିଲେ। ଫିଲ୍ମର ପ୍ରମୋସନ ସମୟରେ କିଆରା ଆଡଭାନୀ କହିଥିଲେ ଯେ ତାଙ୍କ ବ୍ୟତୀତ ଫିଲ୍ମରେ ଥିବା ସମସ୍ତ କଳାକାରଙ୍କ ପିଲା ଅଛନ୍ତି। ତାଙ୍କର ଏହି କଥା ସ୍ପଷ୍ଟ କରିଥିଲା ‌ଯେ, ଦିଲଜିତ ଦୋସାଞ୍ଜ ମଧ୍ୟ ଜଣେ ପିତା।

ଦିଲଜିତ୍ ତାଙ୍କର ଏକ ପୁରୁଣା ସାକ୍ଷାତକାରରେ କହିଥିଲେ ଯେ ସେ ତାଙ୍କ ପରିବାରକୁ ଲାଇମଲାଇଟଠାରୁ ଦୂରରେ ରଖନ୍ତି କାରଣ ସେ ଚାହୁଁ ନାହାଁନ୍ତି ଯେ ତାଙ୍କ ପରିବାର ତାଙ୍କ କାରଣରୁ ଟ୍ରୋଲିଂର ଶିକାର ହୁଅନ୍ତୁ। ଖବର ଅନୁଯାୟୀ ଦିଲଜିତଙ୍କ ପତ୍ନୀ ଏବଂ ପୁଅ  ଆମେରିକାରେ ରୁହନ୍ତି। ଯଦିଓ ଦିଲଜିତ୍ ସେମାନଙ୍କ ବିବାହ କେବେ ବି ଜଣାଇ ନାହାନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button